ପୁରୀ: ଶ୍ରୀମନ୍ଦିର ରୋଷଘର କାହିଁକି ଭାଙ୍ଗିଥିଲା ପୁଲିସ ହାତରେ ଧରାପଡିବା ପରେ ଅଭିଯୁକ୍ତ ଗଗନ ମହାପାତ୍ର ବଖାଣିଛି ସେଦିନର କଥା । ଗତକାଲି ପୁରୀ ପୁଲିସ ଖୋର୍ଦ୍ଦାରୁ ଅଭିଯୁକ୍ତକୁ ଗିରଫ କରିଥିଲା। ଏହାପରେ ରାତିରେ ଅଟକ ଅଭିଯୁକ୍ତକୁ ଜେରା କରିଛି । ଜେରା ବେଳେ ଅଭିଯୁକ୍ତ କହିଛି, ଲୋକେ ଠାକୁରଙ୍କ ମହାପ୍ରସାଦ ଖାଇବାକୁ ପାଉ ନାହାନ୍ତି। ହେଲେ ରୋଷ ଘରେ ଖାଦ୍ୟ ଏଣେ ତେଣେ ହୋଇ ପଡିଥିଲା । ଏହାପରେ ରାଗି ଯାଇ ମନ୍ଦିର ଚୁଲି ଭାଙ୍ଗିଦେଇଥିଲା ବୋଲି ଅଭିଯୁକ୍ତ କହିଛି। କିନ୍ତୁ ୪୩ ଚୁଲିକୁ ଏକା କେମିତି ଭାଙ୍ଗିଥିଲା ସେ ନେଇ ପ୍ରଶ୍ନ ଉଠିଛି ।
ଗତ ୨ତାରିଖ ଦିନ ବିଳମ୍ବିତ ରାତିରେ ମହାଲକ୍ଷ୍ମୀଙ୍କ ରୋଷଘରେ ପଶି ଦୁର୍ବୁତ୍ତ ପ୍ରାୟ ୪୩ଚୁଲି ଭାଙ୍ଗିଥିଲା। ଘଟଣା ଜଣାପଡିବା ପରେ ସିସିଟିଭି ଫୁଟେଜରୁ ଚିହ୍ନଟ ହୋଇଥିଲା ସଂଦିଗ୍ଧ ଯୁବକ। ସିସିଟିଭିରୁ ସନ୍ଦିଗ୍ଧର ଫଟୋ ବାହାର କରି ବିଭିନ୍ନ ସ୍ଥାନରେ ଖୋଜିଥିଲା ପୁଲିସ। ଶେଷରେ ଜିଲ୍ଲା ବାହାରୁ ଧରିବାରେ ସକ୍ଷମ ହୋଇଛି ପୁଲିସ।
ଏସପି ଟୁଇଟ୍ କରି ଗିରଫ ବାବଦରେ ସୂଚନା ଦେଇଥିଲେ । ଅଟକ ଅଭିଯୁକ୍ତ ଓଡ଼ିଆ । ସେ ଖୋର୍ଦ୍ଦା ଜିଲ୍ଲା ବେଗୁନିଆର ବାସିନ୍ଦା । ଅଭିଯୁକ୍ତକୁ ପୁରୀ ଟାଉନଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ ଓ ବାସେଳିସାହୀ ଥାନା ଆଇଆଇସି କୁଳମଣି ସେଠୀ ପୁରୀକୁ ଆଣିଥିବା ସୂଚନା ରହିଛି । ଆଜି ସାମ୍ବାଦିକ ସମ୍ମିଳନୀ କରି ଘଟଣାର ପର୍ଦ୍ଦାଫାସ କରିବେ ଏସପି।
Temple Rosaghara Case –
The suspect identified in CCTV footage has just now been detained. Further interrogation is underway. @odisha_police @cmo_odisha @Puri_Official @MoSarkar5T pic.twitter.com/G0g3Vu34vb
— Puri Police (@SPPuri1) April 5, 2022
Comments are closed.