Latest Odisha News

BREAKING NEWS

ମହାଶିବରାତ୍ରୀ ଲାଗି ଚଳଚଞ୍ଚଳ ଓଡିଶାର ପ୍ରମୁଖ ଶୈବପୀଠ

ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରୀ ଲାଗି ଶୁକ୍ରବାର ଦିନ ରାଜ୍ୟର ସମସ୍ତ ଶିବାଳୟ ମାନଙ୍କରେ ଶ୍ରଦ୍ଧାଳୁ ତଥା ଭକ୍ତମାନଙ୍କର ଭିଡ ଜମିବାରେ ଲାଗିଛି ।

ଏହି ଅବସରରେ ଆଜି ଭୋରରୁ ଧବେଳଶ୍ୱର, ଲୋକନାଥ, ଆଖଣ୍ଡଳମଣୀ, କପିଳାସ, ଲିଙ୍ଗରାଜ, ପଞ୍ଚଲିଙ୍ଗେଶ୍ୱର ଏବଂ ବେଦବ୍ୟାସ ପରି ପ୍ରମୁଖ ଶୈବପୀଠମାନଙ୍କରେ ଭକ୍ତଙ୍କ ଭିଡ ଲାଗିରହିଛି ।

ଲୋକନାଥ ମନ୍ଦିର:- ମହାଶିବରାତ୍ରୀ ତଥା ଜାଗର ଯାତ୍ରା ପାଇଁ ପୁରୀର ଶ୍ରୀ ଲୋକନାଥ ମନ୍ଦିର ଚଳଚଞ୍ଚଳ ହୋଇପଡିଛି। ରାତି ସାଢେ ୧୨ଟାରେ ଶ୍ରୀଲୋକନାଥଙ୍କ ଦ୍ୱାରଫିଟା ନୀତି ଏବଂ ରାତି ୩ଟା ପରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି । ଶୃଙ୍ଖଳିତ ଦର୍ଶନ ତଥା ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ପ୍ରଶାସନ ପକ୍ଷରୁ ଲୋକନାଥଙ୍କ ପୀଠ ପରିସରରେ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି।

ଆଖଣ୍ଡଳମଣୀ:- ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି । ଆଜି ଭୋର ୪ଟାରେ ମନ୍ଦିରର ପହଡ ଖୋଲାଯାଇ ବାବା ଆଖଣ୍ଡଳମଣୀଙ୍କ ନିକଟରେ ମଙ୍ଗଳ ଆରତୀ କରାଯିବ । ପରବର୍ତ୍ତୀ ସମୟରେ ବିଭିନ୍ନ ନୀତିକାନ୍ତି ପରେ ସର୍ବସାଧାରଣଙ୍କ ଲାଗି ଦ୍ୱାର ଖୋଲାଯିବ । ରାତି ୪ଟାରେ ମହାଦୀପ ଉଠିବ ବୋଲି ଜଣାପଡିଛି ।

ଲିଙ୍ଗରାଜ ମନ୍ଦିର:- ମହାଶିବରାତ୍ରୀ ଲାଗି ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରରେ ମଧ୍ୟରେ ଭକ୍ତଙ୍କର ଭିଡ ପରିଲିକ୍ଷିତ ହୋଇଛି । ଆଜି ଭୋର ୩ଟାରୁ ଲିଙ୍ଗରାଜଙ୍କ ଦ୍ୱାର ଫଇଟା ନୀତି ଅନୁଷ୍ଠିତ ହୋଇଛି । ଏହାବ୍ୟତିତ ପ୍ରଥମ ଥର ଳାଗି ମନ୍ଦିରର ସିଂହଦ୍ୱାର ସହ ବେଢାକୁ ଫୁଲରେ ସଜା ଯାଇଥିବା ବେଳେ ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ରାତି ୧୦ଟାରେ ମହାଦୀପ ଉଠିବ ।

Leave A Reply

Your email address will not be published.