Latest Odisha News

BREAKING NEWS

ଗାଁ ରାସ୍ତାରେ ଜିଆରଏସଙ୍କ ମୃତଦେହ

ସମ୍ବଲପୁର : ସମ୍ବଲପୁର ରେଢାଖୋଲରେ ଅଭାବନୀୟ ଘଟଣା ଘଟିଛି  । ନାକଟିଦେଉଳ ଥାନା ଘୋଷରାମାଳ –ରାଇଲ ରାସ୍ତାରୁ  ଜିଆରଏସଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଘୁସୁରାମାଲ ପଞ୍ଚାୟତରେ କାର୍ଯ୍ୟରତ ଜିଆରଏସ ଦିନବନ୍ଧୁ ଦାସ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ଦୀନବନ୍ଧୁ କୌଣସି କାମରେ ଧାତୁକିମାଲକୁ ଯାଇଥିଲେ  ।

ମାତ୍ର ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ  । ହେଲେ ନିରାଶ ହୋଇଥିଲେ । ଶେଷରେ ବିଳମ୍ବିତ ରାତିରେ ଦୀନବନ୍ଧୁଙ୍କର ମୃତଦେହ ମିଳିଥିଲା ।  ମୃତଦେହ ନିକଟରୁ ଦୀନବନ୍ଧୁଙ୍କ ବାଇକ୍ ଜବତ କରାଯାଇଛି  ।  ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନଥିବାବେଳେ ରେଢାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.