Latest Odisha News

କରୋନାରେ ଚାଲିଗଲା ଆଉ ଜଣେ ବରିଷ୍ଠ ସାମ୍ବାଦିକଙ୍କ ଜୀବନ

କୋରାପୁଟ: କରୋନାରେ ଚାଲିଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ। କୋରାପୁଟର ବରିଷ୍ଠ ସାମ୍ବାଦିକ ଡି ଶଙ୍କର ରାଓ ଶନିବାର ସକାଳେ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା।

ସୂଚନା ଅନୁଯାୟୀ, ଶ୍ରୀ ରାଓଙ୍କ କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଚିକିତ୍ସା ଚାଲିଥିଲା।

ରାଜସ୍ୱ ବିଭାଗରୁ ଅବସର ନେବା ପରେ ସେ ତେଲୁଗୁ ଖବରକାଗଜ ‘ସାକ୍ଷୀ’ରେ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଥିଲେ।

ରାଓ କୋରାପୁଟ ପ୍ରେସ କ୍ଲବର ସଦସ୍ୟ ଥିଲେ ଏବଂ ଜିଲ୍ଲାରେ ଏକ ଟାଇପ୍ ରାଇଟ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ମଧ୍ୟ ପରିଚାଳନା କରିଥିଲେ।

Comments are closed.