Latest Odisha News

BREAKING NEWS

ଗାଁରେ ୨୦ ଟିକିଆ ହାତୀ ପଲ ଆତଙ୍କ

ଟାଙ୍ଗୀ : ବିଭିନ୍ନ ସ୍ଥାନରେ ହାତୀ ଆତଙ୍କ। ଦିନ ଦିପହରରେ ବି ହାତୀ ପଲ ଗାଁ ଗଣ୍ଡାରେ ପଶି ଆତଙ୍କ ଖେଳାଉଛନ୍ତି । ଘରଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ ସବୁ ନଷ୍ଟ କରିଚାଲିଛନ୍ତି । ସେହିଭଳି ଟାଙ୍ଗୀ ଅଞ୍ଚଳରେ ରାତି ହୋଇଗଲେ ହାତୀ ଉପଦ୍ରବ ଜାରି ରହିଛି ।

ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଞ୍ଜରେ ଥମୁନି ହାତୀ ଉପଦ୍ରବ । ଦିନ ବେଳା ହାତୀପଲ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି ହାତୀପଲ । ହାତୀଙ୍କୁ ନେଇ ଲୋକେ ଆତଙ୍କିତ ଥିବାବେଳେ ନଷ୍ଟ ହେଉଛି ଅମଳ କ୍ଷମ ଫସଲ । ଲଗାଣ ବର୍ଷା ଓ ବାତ୍ୟା ଜୱାଦ ଚାଷକୁ ଉଜାଡ଼ି ଦେଇଥିବା ବେଳେ ବଳକା ଫସଲକୁ ନଷ୍ଟ କରି ଦେଉଛନ୍ତି ହାତୀପଲ ।

ଉଦୟଗିରି ଜଙ୍ଗଲରେ ୨୦ ଟିକିଆ ହାତୀପଲ ଅଛନ୍ତି । ସନ୍ଧ୍ୟା ହେବା ମାତ୍ରେ ଧାନ ନଷ୍ଟ କରୁଛନ୍ତି । ସୁନ୍ଦରପୁର, ଉଦୟଗିରି, ମଙ୍ଗଳାଯୋଡ଼ି ଗାଁରେ ଚାଷୀଙ୍କ ବ୍ୟାପକ ଫସଲ କ୍ଷୟକ୍ଷତି କରିଛନ୍ତି ହାତୀପଲ ।  ଚାଷୀମାନଙ୍କୁ ଖୁବଶୀଘ୍ର କ୍ଷତିପୂରଣ ଦେବାକୁ ଦାବି ହୋଇଛି ।

Leave A Reply

Your email address will not be published.