Latest Odisha News

BREAKING NEWS

ଲକଡାଉନ ସୟମରେ ରାଉରକେଲାରେ ଜାରି ରହିବ ଟେଷ୍ଟିଂ ଓ ଟିକାକରଣ

ରାଉରକେଲା : ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ସାରା ରାଜ୍ୟରେ ଲାଗୁ ହେଉଛି ୧୪ ଦିନିଆ ଲକଡାଉନ୍ । ଏହି ସମୟରେ କେବଳ ଜରୁରୀ ସେବାକୁ ବାଦଦେଲେ ଅନ୍ୟ ସବୁ କିଛି ବନ୍ଦ ରହିବ । ଏଥିପାଇଁ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ମଧ୍ୟ ଘୋଷଣା କରାଯାଇଛି । ସାରା ରାଜ୍ୟରେ ଲକଡାଉନ ପାଇଁ କଟକଣା ଲଗାଯାଇଛି । ଏହି କ୍ରମରେ ରାଉରକେଲାରେ ଟେଷ୍ଟିଂ ଓ ଟିକାକରଣ କାର୍ଯ୍ୟ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।

ସହରାଞ୍ଚଳରେ ଗ୍ରୋସରି, ପନିପରିବା ଏବଂ ଔଷଧର ହୋମ ଡେଲିଭରୀ କରାଯିବ । ଲକଡାଉନ ସମୟରେ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯିବ । ଜିଲ୍ଲାର ସମସ୍ତ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ଅକ୍ସିଜେନ୍ ସୁବିଧା କରାଯାଇଛି । ଲକଡାଉନ୍ ସମୟରେ କଳ କାରଖାନାର କର୍ମଚାରୀଙ୍କୁ ଅଫିସ ଯିବା ଆସିବା ଲାଗି ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନେବାକୁ ପଡ଼ିବ । ଲାଠିକଟା, ବିଶ୍ରା, କଲୁଙ୍ଗା ଶିଳ୍ପାଞ୍ଚଳ, ରାଉରକେଲା ଟାଉନସିପ୍, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ, ବେଦବ୍ୟାସ ଭଳି ଅଞ୍ଚଳ ପାଇଁ ରାଉରକେଲା ମହାନଗର ନିଗମ କମିଶନରଙ୍କଠାରୁ ଅନୁମତି ନେବାକୁ ପଡ଼ିବ । ତେବେ ଅନ୍ୟ ଅଞ୍ଚଳ ପାଇଁ ଉପ ଜିଲ୍ଲାପାଳଙ୍କ ଠାରୁ ଅନୁମତି ମିଳିପାରିବ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.