ଭୁବନେଶ୍ବର: ଦୀର୍ଘ ୩୦ ବର୍ଷ ପରେ ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଠିକଣା । ଭୁବନେଶ୍ୱରର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପରିବର୍ତ୍ତେ ଆଜିଠୁ ୟୁନିଟ୍-୨ ସ୍ଥିତ କ୍ୟାପିଟାଲ ନର୍ସରି ନିକଟସ୍ଥ ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପ୍ରଥମେ ଦିବ୍ୟାଙ୍ଗମାନଙ୍କ କଥା ଶୁଣିଛନ୍ତି ।
ଅଭିଯୋଗ ଶୁଣାଣି ନିମନ୍ତେ ପ୍ରାୟ ୧ ହଜାର ଲୋକ ଏଥିପାଇଁ ଆଗୁଆ ପଞ୍ଜୀକରଣ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନକୁ ଆସିବା ପରେ ସୁରକ୍ଷା ଦୃଷ୍ଟିରୁ ତାଙ୍କ ଅଭିଯୋଗ ପ୍ରକୋଷ୍ଠକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି ।
ଏହି ନୂତନ ଅଭିଯୋଗ ପ୍ରକୋଷ୍ଠରେ ଏକସଙ୍ଗେ ଏକ ହଜାର ଲୋକ ଏକତ୍ରିତ ହେବା ଭଳି ବ୍ୟବସ୍ଥା କରାଯାଇଛି । ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନବୀକରଣ ସହ ସୁବନ୍ଦୋବସ୍ଥା କରାଯାଇଥିଲା । ହେଲେ ଏବେ ଏହାର ଠିକଣା ବଦଳିଛି ।
Comments are closed.