Latest Odisha News

BREAKING NEWS

ନୂଆ ଗୋପନୀୟତା ନୀତିକୁ ନେଇ ଫେସବୁକ୍ ଓ ହ୍ୱାଟ୍ସଆପକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଓ ଫେସବୁକକୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି । ନୂଆ ଗୋପନୀୟତା ନୀତିକୁ ନେଇ ଉଭୟ ଫେସବୁକ ଓ ହ୍ୱାଟ୍ସଆପକୁ ସର୍ବୋଚ୍ଚ ନ୍ୟାୟାଳୟ ଜବାବ ତଲବ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି- ଲୋକଙ୍କ ଗୋପନୀତୟା ବେଶ୍ ଜରୁରୀ । ଆପଣ ୨.୩ ଟ୍ରିଲିୟନ୍ କମ୍ପାନୀ ହୋଇପାରନ୍ତି । କିନ୍ତୁ, ଲୋକଙ୍କ ମନରେ ଡର ସେମାନଙ୍କ ତଥ୍ୟକୁ ଅନ୍ୟ କେଉଁଠି ବିକ୍ରି କରାଯାଉଛି । ଲୋକଙ୍କ ଗୋପନୀୟତାର ସୁରକ୍ଷା ଆମର କାର୍ଯ୍ୟ ।

ଏକ ଜନସ୍ୱାର୍ଥ ଆବେଦନରରେ କୁହାଯାଇଛି- ହ୍ୱାଟ୍ସଆପ୍ ଓ ଫେସବୁକର ନୂଆ ଗୋପନୀୟତା ନୀତି ଲୋକଙ୍କ ବ୍ୟକ୍ତିଗତ ତଥ୍ୟକୁ ଚୋରି କରି ଲିକ୍ କରୁଛି । ଏପରିକି ୟୁରୋପ ପାଇଁ କମ୍ପାନୀର ଅଲଗା ମାନଦଣ୍ଡ ଥିବା ବେଳେ ଭାରତ ପାଇଁ ଭିନ୍ନ ରହିଥିବା ଅଭିଯୋଗ ହୋଇଥିଲା । ଏହାକୁ ଠିକ୍ ନୁହେଁ କହି ହ୍ୱାଟ୍ସଆପ୍ ଓ ଫେସବୁକକୁ କୋର୍ଟ ନୋଟିସ୍ ଜାରି କରିଛନ୍ତି ।

ନୂଆ ଗୋପନୀୟତା ନୀତି ଅନୁସାରେ, ବାଣିଜ୍ୟିକ ବିଜ୍ଞାପନ ଓ ମାର୍କେଟିଂ ଲାଗି ଫେସବୁକ ଓ ଏହାର ଅନ୍ୟ କମ୍ପାନୀ ସହ ବ୍ୟକ୍ତିଗତ ତଥ୍ୟ ସେୟାର କରିବ । ସେଥିପାଇଁ କମ୍ପାନୀ ଗୋପନୀୟତା ନୀତିରେ ପରିବର୍ତ୍ତନ କରୁଛି । ଫଳରେ ସମସ୍ତ ସୂଚନାକୁ ଏକାଠି କରାଯାଇ ତୃତୀୟ ପକ୍ଷଙ୍କୁ ଦିଆଯାଇ ପାରିବ ।

Leave A Reply

Your email address will not be published.