Latest Odisha News

ମେଘାଳୟରୁ ମିଳିଲା ୧୦ କୋଟି ବର୍ଷ ତଳର ସରାପୋଡ ଡାଇନସୋରର ଅଂଶବିଶେଷ

ନୂଆଦିଲ୍ଲୀ: ମେଘାଳୟର ପଶ୍ଚିମ ଖାସୀ ହିଲ୍ସ ଜିଲାର ଏକ ଅଂଚଳରୁ ୧୦ କୋଟି ବର୍ଷ ତଳର ସରାପୋଡ ଡାଇନୋସରର ଅଂଶବିଶେଷ ମିଳିଛି । ତେବେ ଏ ନେଇ ଗବେଷଣା କରୁଥିବା ଭୂବୈଜ୍ଞାନିକମାନେ ବିଧିବଦ୍ଧ ଭାବେ ଏହାର ଘୋଷଣା କରୁ ନାହାନ୍ତି । ପ୍ରାରମ୍ଭିକ ଗବେଷଣାରେ ଏ ନେଇ ସମ୍ଭାବନା ବ୍ୟକ୍ତ କରାଯାଉଥିଲେ ମଧ୍ୟ ଭଲ ଭାବେ ଅନୁଧ୍ୟାନ କରିବା ପରେ ଅଫିସିଆଲ ଘୋଷଣା କରାଯିବ ବୋଲି ଜିଏସଆଇର ଜଣେ ବୈଜ୍ଞାନିକ କହିଛନ୍ତି । ପ୍ରଥମ ଥର ପାଇଁ ଏ ଭଳି ଅଂଶବିଶେଷ ମିଳିଥିବାରୁ ଗବେଷକମାନେ ଉତ୍ସାହିତ ହୋଇ ପଡିଛନ୍ତି ।

ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ ଓ ମେଘାଳୟରେ ଟାଇଟୋନସିରିୟନ ପ୍ରଜାତିର ଏହି ଅଂଶବିଶେଷ ମିଳିଛି । ପୂର୍ବରୁ ମିଳିଥିବା ହାଡଗୁଡିକ ଏତେ ମାତ୍ରାରେ ନଷ୍ଟ ହୋଇ ଯାଇଥିଲା ଯେ, ଏଥିରୁ ବିଶେଷ କିଛି ତଥ୍ୟ ମିଳି ନ ଥିଲା । କିନ୍ତୁ ଏବେ ମିଳିଥିବା ହାଡ ଭଲ ଥିବାରୁ ଅନେକ ରହସ୍ୟ ଉଜାଗର ହୋଇପାରିବ ବୋଲି ଆଶା ବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.