Latest Odisha News

BREAKING NEWS

ବିଜେପିରେ ସାମିଲ ହେବେ ହାର୍ଦ୍ଦିକ ପଟେଲ, ନିଜେ ଏକ ସାକ୍ଷାତକାରରେ ଦେଲେ ସୂଚନା

ଅହମଦାବାଦ: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ, ଖୁବଶୀଘ୍ର ବିଜେପିରେ ଯୋଗଦେବେ । ହାର୍ଦ୍ଦିକଙ୍କ ସମର୍ଥକ ମଧ୍ୟ ବିଜେପିରେ ସାମିଲ ହେବେ। ଏଥିପାଇଁ ତାରିଖ ମଧ୍ୟ ସ୍ଥିର ହୋଇ ସାରିଛି। ଆସନ୍ତା 3-4 ଦିନ ମଧ୍ୟରେ ହାର୍ଦ୍ଦିକ ପଟେଲ ପଦ୍ମ ପୋଖରୀରେ ବୁଡ ପକାଇବେ ବୋଲି ଏକ ଜାତୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ହାର୍ଦ୍ଦିକ ପଟେଲ ନିଜେ ଏହି ସୂଚନା ଦେଇଛନ୍ତି।

ପଟିଦାର ନେତା ହାର୍ଦ୍ଦିକ ପଟେଲ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ବିଜେପିରେ ଥିବା ଗୁଜରାଟର ଅନ୍ୟ ପଟିଦାର ନେତାମାନେ କିନ୍ତୁ ହାର୍ଦ୍ଦିକଙ୍କ ଦଳରେ ପ୍ରବେଶକୁ ନେଇ ଖୁସି ନାହାନ୍ତି, କିନ୍ତୁ ବିରୋଧ ମଧ୍ୟରେ ହାର୍ଦ୍ଦିକ ପଟେଲ ନିଜେ ମେ’ 30 କିମ୍ବା 31ରେ ଦଳରେ ଯୋଗଦେବେ ବୋଲି ସୂଚନା ରହିଛି।

ଏବିପି ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ହାର୍ଦ୍ଦିକ ପଟେଲ ଜୁନ୍ ପୂର୍ବରୁ ବିଜେପିରେ ଯୋଗଦେବେ। ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ଦଳ ପାଇଁ ହାର୍ଦ୍ଦିକଙ୍କ ପ୍ରବେଶ କେତେ ଫଳପ୍ରଦ କିମ୍ବା କ୍ଷତିକାରକ ହେବ ତାହା ଭବିଷ୍ୟତ କହିବ। କିନ୍ତୁ ରାଜ୍ୟରେ ଏକ ବଡ ରାଜନୈତିକ ପରିବର୍ତନ ଦେଖାଦେବ। ଯାହାକି କଂଗ୍ରେସ ପାଇଁ ବଡ କଷ୍ଟସାଧ୍ୟ ହୋଇପାରେ।

ଗୁଜରାଟ ବିଧାନସଭା ନିର୍ବାଚନ ବେଳେ ହାର୍ଦ୍ଦିକ ପଟେଲ ବିଜେପିକୁ ଆସିବା ଦଳ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ନିକଟରେ ହାର୍ଦ୍ଦିକ ପଟେଲ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସେ ଗୁଜରାଟ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଥିଲେ। ଇସ୍ତଫା ଦେବା ବେଳେ ସେ ଅନେକ କଂଗ୍ରେସ ନେତାଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ।

Leave A Reply

Your email address will not be published.