Latest Odisha News

BREAKING NEWS

ମାସିକ ଧର୍ମରେ ବିଳମ୍ବ କିମ୍ବା ଅନିୟମିତତା ହେଉଛି କି? ଜାଣନ୍ତୁ ଏହା ପଛର କାରଣ

ଭୁବନେଶ୍ଵର: ମାସିକ ଧର୍ମ ମହିଳାମାନଙ୍କ ସ୍ୱାଭାବିକ ପ୍ରକ୍ରିୟା । ନିୟମିତ ମାସିକ ଧର୍ମ ସଂକେତ ଦେଇଥାଏ ଯେ ଶରୀରର ମହତ୍ଵପୁର୍ଣ ଅଙ୍ଗ ଠିକ କାମ କରୁଛି । ସମାନ ଅନ୍ତରାଳରେ ମାସିକ ଋତୁସ୍ରାବ ହେବା ସ୍ୱାଭାବିକ ବୋଲି କୁହାଯାଏ । ହର୍ମୋନ ସ୍ଥର ବଢିବା ଓ କମିବା ମାସିକ ଋତୁଚକ୍ରକୁ ନିୟନ୍ତ୍ରଣ କରିଥାଏ । ଡାକ୍ତରଙ୍କ କହିବାନୁଯାୟୀ, ମାସିକ ଧର୍ମରେ ଅନିୟମିତତା ଚିନ୍ତାଜନକ ନୁହେଁ । ଏହାର କିଛି କାରଣ ହୋଇଥାଇପାରେ । ଏ ସମ୍ପର୍କରେ ମହିଳାମାନେ ଜାଣିବା ଆବଶ୍ୟକ । ଯେପରିକି ଅଧିକ ଓଜନ ବୃଦ୍ଧି ମଧ୍ୟ ମାସିକ ରୁତୁସ୍ରାବ ବିଳମ୍ବ ହେବାର ଏକ କାରଣ ହୋଇପାରେ । ତାହେଲେ ଆସନ୍ତୁ ଜାଣିବା ଋତୁସ୍ରାବରେ ବିଳମ୍ବ ହେବାର ଅନ୍ୟ କାରଣଗୁଡିକ କ’ଣ ।

  • କମ୍ କିମ୍ବା ଅଧିକ ବୟସରେ ଋତୁସ୍ରାବ ଆରମ୍ଭ ହେବା ଅନେକ ସମୟରେ ଏଥିରେ ଅନିୟମିତତା ସୃଷ୍ଟି କରେ । ଯାହାକି ଏକ ସ୍ୱାଭାବିକ କଥା କିନ୍ତୁ ସମୟ ସହିତ ଏହା ଠିକ ହୋଇଯାଏ । ତେଣୁ ଚିନ୍ତା କରିବାର କିଛି ନାହିଁ ।
  • ଅତ୍ୟଧିକ ଓଜନ ବୃଦ୍ଧି କିମ୍ବା ମେଦବହୁଳତା ମଧ୍ୟ ଋତୁସ୍ରାବ ଅନିୟମିତତାର ଏକ ପ୍ରମୁଖ କାରଣ । ବେଳେବେଳେ ଥାଇରଏଡ୍ ପାଇଁ ଏହି ସମସ୍ୟା ହୋଇଥାଏ ତେଣୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।
  • ଆମର ଦିନଚର୍ଯ୍ୟାରେ ପରିବର୍ତ୍ତନ ଏବଂ ଅନେକ ସମୟରେ ଖାଦ୍ୟପେୟରେ ଅନିୟମିତତା ମଧ୍ୟ ଋତୁସ୍ରାବ ବିଳମ୍ବର ହେବାର କାରଣ ହୋଇଥାଏ । ଏପରିସ୍ଥଳେ ଜୀବନଶୈଳୀ ଓ ଖାଦ୍ୟପେୟକୁ ଠିକ ରଖିଲେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।
  • ଓଭାରି ଶିଷ୍ଟ ଅନିୟମିତ ମାସିକ ଋତୁସ୍ରାବ  ଏକ ବଡ କାରଣ | ପଲିସିସ୍ଟିକ ଓଭାରି ସିଣ୍ଡ୍ରୋମ ପ୍ରଜନନ କ୍ଷମତା କମ ହେବାସହ ଜଡିତ | ଏଠାରେ ମହିଳାଙ୍କ ଶରୀର ପୁରୁଷ ହର୍ମୋନ ଉତ୍ପାଦନ ଆରମ୍ଭ କରିଥାଏ ଏବଂ ଏହାର ପରିଣାମ ସ୍ୱରୂପ ଅନିୟମିତ ଋତୁସ୍ରାବ ହୋଇଥାଏ |  ଅସାମାନ୍ୟ କିମ୍ବା ଅଧିକ ସମୟ ଯାଏଁ ମାସିକ ଋତୁସ୍ରାବ ନ ହେଲେ ମୁହଁରେ ଏବଂ ଶରୀରରେ ଅତ୍ୟଧିକ ଚୁଟି ବିକାଶ ହୋଇଥାଏ, ଓଜନ ବଢିଥାଏ, ମୁହଁରେ ବ୍ରଣ ହୋଇଥାଏ, ତ୍ୱଚା ତେଲିଆ ହୋଇଥାଏ | ଏହିସବୁ ପଲିସିସ୍ଟିକ ଓଭାରି ସିଣ୍ଡ୍ରୋମର ଲକ୍ଷଣ | ଏହାର ଚିକିତ୍ସା କରାଇବା ଜରୁରୀ |
  • ମାନସିକ ଦୁଶ୍ଚିନ୍ତା ଏବଂ ଆବଶ୍ୟକତା ଠାରୁ ଅଧିକ ବ୍ୟାୟାମ ମଧ୍ୟ ଋତୁସ୍ରାବକୁ ପ୍ରଭାବିତ କରିଥାଏ । ଓଭାରି ବା ଅଣ୍ଡାଶୟ ଉପରେ ଆବରଣ ହେବା କାରଣରୁ ମଧ୍ୟ ଅଧିକାଂଶ ଏପରି ସମସ୍ୟା ଦେଖାଦେଇଥାଏ, । ଯଦି ଆପଣଙ୍କର ଏହିସବୁ ସମସ୍ୟା ରହିଥାଏ ତାହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Comments are closed.