Latest Odisha News

BREAKING NEWS

ନିଅଣ୍ଟିଆ ବର୍ଷାରେ ଉଜୁଡି ଗଲା ଧାନ ଫସଲ, ବାଟ ନ ପାଇ ବିଲରେ ନିଆଁ ଲଗେଇଦେଲେ ଚାଷୀ

ଗଜପତି: ନିଅଣ୍ଟିଆ ବର୍ଷାରେ ଉଜୁଡି ଗଲା ଧାନ ଫସଲ । ବାଟ ପାଇଲେନି ଚାଷୀ । ଶେଷରେ ଧାନ ଫସଲରେ ନିଆଁ ଲଗେଇଦେଲେ ଚାଷୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ସାନ ଖଣି ଅଞ୍ଚଳରେ।

ସୂଚନା ଅନୁସାରେ, ସାନଖଣି ଗାଁର ବାଳକୃଷ୍ଣ ମଲ୍ଲିକ ନାମକ ଜଣେ ଚଷୀ କରଜ କରି ୪ ଏକର ଜମିରେ ଧାନ ଫସଲ କରିଥିଲେ । କିନ୍ତୁ କାଳ ହେଲା ନିଅଣ୍ଟିଆ ବର୍ଷା । ନିଅଣ୍ଟିଆ ବର୍ଷା କାରଣରୁ ସବୁ ଫସଲ ଶୁଖି ନଷ୍ଟ ହୋଇଗଲା । ଶେଷରେ କୌଣସି ବାଟ ନପାଇ ଧାନ ବିଲରେ ନିଆଁ ଲଗେଇଦେଲେ ଚାଷୀ ।

ଅନ୍ୟପଟେ ଆଜିଠାରୁ ରାଜ୍ୟରେ ଲଗାଣ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଗୋଟେ ପଟେ ଜଣ ସେଚନ ସୁବିଧା ନଥିବାରୁ ଓ ନିଅଣ୍ଟିଆ ବର୍ଷା କାରଣରୁ ଧାନ ଫସଲରେ ଚାଷୀ ନିଆଁ ଲଗାଉଥିବା ବେଳେ ସେପଟେ ଆସୁଥିବା ବର୍ଷାକୁ ନେଇ ଏବେ ଚିନ୍ତାରେ ଚାଷୀ  । ଧାନ ପାଚିବା ସମୟରେ ଅମଳ ପୂର୍ବରୁ ଲଗାଣ ବର୍ଷା ବର୍ତ୍ତମାନ ଚାଷୀର ଚିନ୍ତା ବଢାଇଛି ।

Leave A Reply

Your email address will not be published.