Latest Odisha News

BREAKING NEWS

କାହିଁକି ଫ୍ୟାନ୍ସକୁ ଚାପୁଡା ମାରିଲେ ନାନା ପାଟେକର? ଜାଣନ୍ତୁ କାରଣ…

ମୁମ୍ବାଇ: ନିଜର ଦମଦାର ଆକ୍ଟିଂ ପାଇଁ ସବୁବେଳେ ଫ୍ୟାନ ମାନଙ୍କ ହୃଦୟରେ ରୁହନ୍ତି ବଲିୟୁଡ ଅଭିନେତା ନାନା ପାଟେକର । ଏହାସହ ତାଙ୍କର ବାନବାଜୀ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ହେଲେ ନାନା ପାଟେକର ଙ୍କ ର ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଏବେ ସମସ୍ତ ଫ୍ୟନ୍ସ ଙ୍କୁ ହତଚିକିତ କରିଦେଇଛି ।

BjdElectrycity

ଭାଇରାଲ ଭିଡିଓରେ ନାନା ପାଟେକର ଜଣେ ବ୍ୟକ୍ତିଙ୍କୁ ଜୋରେ ଚାପୁଡ଼ା ମାରିଥିବା ନଜର ଆସିଛନ୍ତି । ଉତ୍ତରପ୍ରଦେଶ ବାରଣାସୀରେ ନାନା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଜର୍ଣ୍ଣି’ ପାଇଁ ସୁଟିଂ କରୁଥିଲେ, ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ନିକଟକୁ ଆସି ଫଟୋ କ୍ଲିକ୍ କରିବାକୁ କହିଥିଲେ, ସେହି ସମୟରେ ଅଭିନେତା ଚିଡିଯାଇ ତାଙ୍କୁ ଏକ ଚାପୁଡ଼ା ମାରିଥିଲେ । କିନ୍ତୁ ବର୍ତ୍ତମାନ ଅଭିନେତାଙ୍କ ଚାପୁଡ଼ା ମାରିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ନାନା ପାଟେକରଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରଠାରୁ ଇଣ୍ଟରନେଟରେ ଉତ୍ତେଜନା ଦେଖାଦେଇଛି । ଅନେକ ଲୋକ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଛନ୍ତି । କିଛି ଲୋକ ନାନା ପାଟେକରଙ୍କୁ ସମର୍ଥନ କରୁଥିବାବେଳେ, ଆଉ କିଛି ଲୋକ ଅଭିନେତାଙ୍କୁ ଟ୍ରୋଲ କରିବାର ସୁଯୋଗ ଛାଡୁ ନାହାଁନ୍ତି ।

ଏମିତିରେ ସବୁବେଳେ ନାନା ତାଙ୍କ ବୟାନବାଜୀ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବେଳେ, ‘ଦି ଭ୍ୟାକ୍ସିନ୍ ଓ୍ବାର’ ରିଲିଜ୍ ହେବା ପରଠାରୁ ନାନା ପାଟେକର କ୍ରମାଗତ ଭାବରେ ବିବାଦରେ ଜଡିତ ରହିଆସିଛନ୍ତି । ସେହି ସମୟରେ ନାନା ପାଟେକର ଶାହାରୁଖ ଖାନଙ୍କ ‘ଯବାନ’ ଏବଂ ସନି ଦେଓଲଙ୍କ ‘ଗଦର-୨’ ଫିଲ୍ମରେ ନିଜର ମତ ରଖିଥିଲେ । କେବଳ ଏତିକି ନୁହେଁ, ନାନା ବଲିଉଡର ଷ୍ଟାରକିଡସମାନଙ୍କ ଉପରେ ମଧ୍ୟ ମନ୍ତବ୍ୟ ଦେଇଥିଲେ, ଯାହା ପରେ ଅଭିନେତା ଲାଇମଲାଇଟ୍ ର ଏକ ଅବିଚ୍ଛେଦ ଅଂଶ ହୋଇଗଲେ ।

 

Leave A Reply

Your email address will not be published.