Latest Odisha News

୨୩ରେ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ, ସତର୍କ ସୂଚନା ଜାରି କାଲେ ହୀରାକୁଦ କତୃପକ୍ଷ

ସମ୍ବଲପୁର: ହୀରାକୁଦ ଛାଡ଼ିବ ବର୍ଷର ପ୍ରଥମ ବନ୍ୟାଜଳ । ଆସନ୍ତା ୨୩ ତାରିଖରେ ଖୋଲାଯିବ ହୀରାକୁଦ ଡ୍ୟାମ୍‌ । ସକାଳ ୯ଟା ସମୟରେ ବନ୍ୟାଜଳ ନିଷ୍କାସନ କରାଯିବ । ଏନେଇ ସୂଚନା ଦେଇଛନ୍ତି ଡ୍ୟାମ୍‌ କର୍ତ୍ତୃପକ୍ଷ ।

ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବଢ଼ୁଛି । ତେଣୁ ବନ୍ୟାଜଳ ଛାଡ଼ିବା ନେଇ ଡ୍ୟାମ୍‌ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି । ଫଳରେ ମହାନଦୀ ଓ ଏହାର ଶାଖାନଦୀରେ ବୃଦ୍ଧି ପାଇବ ଜଳସ୍ତର । ଏଥିପାଇଁ ସର୍ବସାଧାରଣଙ୍କ ପାଇଁ ଜାରି ହୋଇଛି ସତର୍କସୂଚନା । ଏହି ସମୟରେ ଯେପରି କୌଣସି ଦୁର୍ଘଟଣା ନଘଟେ ସେଥିପାଇଁ ନଦୀରେ ପ୍ରବେଶ ନକରିବାକୁ ସତର୍କ କରିଛି ପ୍ରଶାସନ ।

Leave A Reply

Your email address will not be published.