Latest Odisha News

BREAKING NEWS

ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ପ୍ରଥମ ପୋଷ୍ଟର ରିଲିଜ୍

ଚେନ୍ନାଇ: ତାମିଲ୍ ସୁପରଷ୍ଟାର୍ ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ନାଁ ଉପରୁ ହଟିଲା ସସପେନ୍ସ । ଏବେ ତାହାର ନାଁ ଘୋଷଣା କରାଯାଇଛି । ପୂର୍ବରୁ ଏହି ଫିଲ୍ମର ନାଁ ‘Thalaivar 173′ କୁହାଯାଉଥିଲା, ହେଲେ ସେହି ଫିଲ୍ମର ଅଫିସିଆଲ୍ ନାଁ ‘ଧର୍ମନ’ ବୋଲି ଘୋଷଣା କରାଯାଇଛି । ଫିଲ୍ମର ପ୍ରଥମ ପୋଷ୍ଟର ଚେନ୍ନାଇରେ ଆୟୋଜିତ ସମାରୋହରେ ଉନ୍ମୋଚନ କରାଯାଇଛି ।

ଏହି ଫିଲ୍ମକୁ ଅଭିନେତା ତଥା ପ୍ରଯୋଜକ କମଲ ହାସନଙ୍କ ପ୍ରଯୋଜନା ସଂସ୍ଥା ‘ରାଜ୍ କମଲ ଫିଲ୍ମସ୍ ଇଣ୍ଟରନ୍ୟାସନାଲ୍’ ବ୍ୟାନରରେ ନିର୍ମାଣ କରାଯାଉଛି । ଫିଲ୍ମର ନିର୍ଦ୍ଦେଶନା ‘ଓ ମାଇ କାଡାଭୁଲେ’ ଏବଂ ‘ଡ୍ରାଗନ’ ଫେମ୍ ନିର୍ଦ୍ଦେଶକ ଅଶ୍ୱଥ ମାରିମୁଥୁ କରିବେ । ଜୁନ୍ ୨୫ରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି ।

ରିଲିଜ୍ ହୋଇଥିବା ପ୍ରଥମ ପୋଷ୍ଟରରେ ରଜନୀକାନ୍ତ ‘ଦି ଡେଡ୍‌ଲି ଡକ୍ଟର’ ଲୁକରେ ନଜର ଆସିଛନ୍ତି । ନୀଳ ରଙ୍ଗର ସର୍ଜିକାଲ୍ ପୋଷାକ ପିନ୍ଧିଛନ୍ତି ଏବଂ ହାତରେ ରକ୍ତ ଭିଜା ଡାକ୍ତରୀ ଛୁରି ଧରିଛନ୍ତି । ପୋଷ୍ଟରରେ ତାଙ୍କର ଟ୍ୟାଗ୍‌ଲାଇନ୍ “ଦି ଡେଡ୍‌ଲି ଡକ୍ଟର” ଲେଖାଯାଇଛି । ଏହାର କ୍ୟାପ୍ସନ ରହିଛି “ଧର୍ମମେ ଭେଲ୍ଲୁମ” ଯାହାର ଅର୍ଥ ହେଉଛି “ଧର୍ମର ହିଁ ଜୟ ହେବ”।

Leave A Reply

Your email address will not be published.