Latest Odisha News

BREAKING NEWS

ଭାରତ ଆସୁଛନ୍ତି ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍‌

ନୂଆଦିଲ୍ଲୀ: ଭାରତ ଆସୁଛନ୍ତି ଋଷ ବୈଦେଶିକ ମନ୍ତ୍ରୀ । ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍‌ ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଥିବା ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ସମ୍ବନ୍ଧୀୟ ଆଲୋଚନା ହୋଇପାରେ । 

ଏହାସହ ଚଳିତ ବର୍ଷ ଭାରତ-ରୁଷ୍‌ ବାର୍ଷିକ ଶିଖର ବୈଠକ ଅନୁଷ୍ଠିତ ହେବ । ସର୍ଗେ ଲାଭ୍ରୋଭ୍‌ ବୈଠକର ପ୍ରସ୍ତୁତି ସମୀକ୍ଷା କରିବେ ବୋଲି ଭାରତର ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି । ଭାରତ ଗସ୍ତ ଶେଷ କରି ଲାଭ୍ରୋଭ୍‌ ଏପ୍ରିଲ୍‌ ୬-୭ରେ ପାକିସ୍ତାନ ଗସ୍ତରେ ଯିବେ ।

Leave A Reply

Your email address will not be published.