Latest Odisha News

BREAKING NEWS

୩୨ ବର୍ଷ ତଳର ବିଶ୍ୱରେକର୍ଡ ଭାଙ୍ଗିଲେ ଶଟପୁଟ ଥ୍ରୋୟର ରେୟାନ

ନ୍ୟୁୟର୍କ: ଆମେରିକାର ଅଲିମ୍ପିକ ଶଟପୁଟ ଚାମ୍ପିୟନ ରେୟାନ କ୍ରାଉସନ ୩୨ ବର୍ଷ ତଳର ପୁରୁଣା ଇଣ୍ଡୋର ବିଶ୍ୱରେକର୍ଡ ଭାଙ୍ଗି ଦେଇଛନ୍ତି । ଆମେରିକାନ ଟ୍ରାକ ଲିଗ ମିଟରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ରେୟାନ ୨୨.୮୨ ମିଟର ଦୂରତାକୁ ଶଟପୁଟ ଥ୍ରୋ କରିଥିଲେ । ପୂର୍ବରୁ ଏହି ରେକର୍ଡ ର‌୍ୟାଣ୍ଡି ବର୍ଣ୍ଣସଙ୍କ ନାମରେ ରହିଥିଲା । ୧୯୮୯ରେ ସେ ୨୨.୬୬ ମିଟର ଦୂରତାକୁ ଥ୍ରୋ କରିଥିଲେ ।

୨୦୧୬ରେ କ୍ରାଉସର ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୧୯ ଓ ୨୦୨୦ ଇଣ୍ଡୋର ଇଭେଂଟରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୨୧ରୁ ଭଲ ପ୍ରଦର୍ଶନ କରିଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଗାମୀ ଟୋକିଓ ଅଲିମ୍ପିକ୍ସ ଉପରେ ମୋର ନଜର ଅଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.