Latest Odisha News

BREAKING NEWS

ରିଲ୍ସ ନିଶା, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ

ନୂଆଦିଲ୍ଲୀ: ରିଲ୍ସ ବନାଇବା ନିଶାରେ ଆଜିକାଲିର ଯୁବପିଢି । ଏହି କାରଣରୁ ଅନେକ ଜୀବନ ଯାଇଥିବା କଥା ବି ଆପଣ ଜାଣନ୍ତି। ଲୋକେ କେବେ  ଓ କେଉଁଠାରେ ଦୁର୍ଘଟଣାର ଶିକାର ହେଉଛନ୍ତି ତାହା କିଛି ଜଣାପଡୁନି। ‌ମେଟ୍ରୋରୁ ନେଇ ଟ୍ରେନ୍‌ ଆଦି ବିଭିନ୍ନ ସ୍ଥାନରେ ଯୁବପିଢ଼ିମାନେ ରିଲ୍ସକୁ ନେଇ ପାଗଳ । ଏ‌ ନେଇ ରେଳବାଇ ପକ୍ଷରୁ ବି ଅନେକ ଥର ସତର୍କ ସୂଚନା ଦିଆଯାଇଛି। ହେଲେ ସୁଧୁରୁ ନାହାନ୍ତି କେହି ।

ସୋସିଆଲ୍‌ ମିଡିଆରେ ଠିକ୍ ଏକ ଭିଡିଓ ଭାଇରାଲ୍‌ ହୋଇଛି।  ଭିଡିଓରେ ଜଣେ ଯୁବତୀ ଟ୍ରେନ୍‌ରେ ରିଲ୍ସ ବନାଇବାକୁ ଝରକାରେ ମୁଣ୍ଡ ବାହାରକୁ କାଢ଼ିଥିଲେ । ପରେ ଖୁବ୍ ଜୋର୍‌ରେ ଅନ୍ୟ ଏକ ଟ୍ରେନ୍‌ଟି ସେହି ସମୟରେ ଆସୁଥିଲା। ହେଲେ ଯୁବତୀ ଜଣକ ତତ୍‌କ୍ଷଣାତ୍‌ ଟ୍ରେନ୍‌ ଭିତରକୁ ମୁଣ୍ଡ ନେଇ ଆସୁଥିଲେ ।

ଯଦି ଯୁବତୀ ଜଣକ ଠିକ୍‌ ସମୟରେ ନିଜ ମୁଣ୍ଡ ଭିତରକୁ ନ ଆଣିଥାନ୍ତେ ହୁଏତ ତାଙ୍କର ଜୀବନ ଚାଲି ଯାଇଥାନ୍ତା। ତେବେ ଏହି ସମୟର ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଅନେକ ଲୋକ ଯୁବତୀଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି। ଭିଡିଓଟି ଟ୍ୱିଟର୍‌ରେ ସେୟାର୍‌ ହୋଇଥିବା ବେଳେ ଏହାର ଭିୟୁ ପ୍ରାୟ ୧୦ ଲକ୍ଷ ପାଖାପାଖି ହୋଇଗଲାଣି।

Leave A Reply

Your email address will not be published.