Latest Odisha News

BREAKING NEWS

ପଶ୍ଚିମ ଦେଶମାନଙ୍କର ଖଳ ପ୍ରବୃତ୍ତି ହିଁ ତୃତୀୟ ବିଶ୍ୱଯୁଦ୍ଧର କାରଣ ହେବ: ଋଷର ବୈଦେଶିକ ମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମ ଦେଶମାନଙ୍କର ଖଳ ପ୍ରବୃତ୍ତି ହିଁ ତୃତୀୟ ବିଶ୍ୱଯୁଦ୍ଧର କାରଣ ହେବ । ପଶ୍ଚିମ ଦେଶର ରାଜନେତାଙ୍କ କୁଟ ରାଜନୀତି ହିଁ ପରମାଣୁ ଯୁଦ୍ଧ ପାଇଁ ପଞ୍ଜି ପୋତୁଛି । ଆମେ ପରମାଣୁ ଆକ୍ରମଣ ଚାହୁଁନାହୁଁ ବୋଲି ଋଷର ବୈଦେଶିକ ମନ୍ତ୍ରୀ ସର୍ଜେଇ ଲାଭରଭ ଏକ ବିଦେଶ ଗଣମାଧ୍ୟମକୁ ଅନଲାଇନରେ ସାକ୍ଷାତକାର ଦେଇ ଏହିଭଳି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି, ତୃତୀୟ ବିଶ୍ୱଯୁଦ୍ଧରେ ଆଣବିକ ଅସ୍ତ୍ର ସାମିଲ ହେବ । ତଥାପି ଆମକୁ ନିୟନ୍ତ୍ରଣ ପଥରୁ ହଲେଇବା ପାଇଁ ଆମେ କୌଣସି ପ୍ରକାର ପ୍ରୋରଚନାକୁ ପ୍ରଶ୍ରୟ ଦେବୁନାହିଁ ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.