Latest Odisha News

BREAKING NEWS

ତୃତୀୟ ପର୍ଯ୍ୟାୟରେ ଶେଷ ହେଲା ମତଦାନ, ୯୩ଟି ଲୋକସଭା ଆସନରେ ୬୭.୯୩% ମତଦାନ

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟରେ ଶେଷ ହେଲା ମତଦାନ। ମେ ୭ରେ ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ କରାଯାଇଛି। ୧୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୩ ଆସନ ପାଇଁ ପଡ଼ିଛି ଭୋଟ । ତୃତୀୟ ପର୍ଯ୍ୟାୟରେ ଅନେକ ହେଭିୱେଟ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ ହୋଇଛି। ଅମିତ ଶାହା, ଜ୍ୟୋତିରାଦିତ୍ୟ ସିନ୍ଧିଆ,ଶିବରାଜ ସିଂ ଚୌହାନ ଶରଦ ପାୱାରଙ୍କ ଝିଅ ଏନସିପି ନେତ୍ରୀ ସୁପ୍ରିୟା ସୁଲେ, ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କ ଭାଗ୍ୟ ଇଭିଏମରେ ସିଲ୍ ହେଇଛି ।

ମଙ୍ଗଳବାର ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ଲୋକସଭା ଆସନରେ ୬୭.୯୩% ମତଦାନ ହୋଇଛି। ବୁଧବାର ସକାଳ ୫ଟା ପର୍ଯ୍ୟନ୍ତ ଏହି ସଂଖ୍ୟକ ମତଦାନ ହୋଇଛି। ତେବେ ଏହି ଗଣନା ବୃଦ୍ଧି ପାଇପାରେ। ୨୦୧୯ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୧୧୬ଟି ଆସନ ପାଇଁ ୬୮.୪୦% ମତଦାନ ହୋଇଥିଲା। ନିର୍ବାଚନ ଆୟୋଗର ଭୋଟରଙ୍କ ମତ ଅନୁଯାୟୀ, ‘ଆସାମରେ ସର୍ବାଧିକ ୮୧.୭୧% ଭୋଟ୍ ଦିଆଯାଇଛି। ଯେତେବେଳେ କି, ଉତ୍ତରପ୍ରଦେଶରେ ସର୍ବନିମ୍ନ ୫୭% ଲୋକେ ମତଦାନ କରିଛନ୍ତି।

ଅନ୍ୟପଟେ ପଶ୍ଚିମବଙ୍ଗରେ ମତଦାନ ବେଳେ ମୁର୍ସିଦାବାଦର ବିଜେପି ପ୍ରାର୍ଥୀ ଏବଂ ଟିଏମସି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ସେହିପରି ଉତ୍ତରପ୍ରଦେଶର ସମ୍ଭଲରେ ପୋଲିସ ଲାଠିଚାର୍ଜ କରିଛି। ଏଥିରେ କିଛି ଲୋକ ଆହତ ହୋଇଛନ୍ତି। ବିହାରରେ ଭୋଟ୍ ଦେବା ସମୟରେ ପ୍ରିଜାଇଡିଂ ଅଫିସର ତଥା ହୋମ ଗାର୍ଡ ଯବାନଙ୍କ ମୃତ୍ୟୁ ଘଟିଛି। ଛତିଶଗଡର ଯଶପୁରରେ ଭୋଟ୍ ଦେବାକୁ ଆସୁଥିବା ବେଳେ ଜଣେ ବୃଦ୍ଧ ଭୋଟରଙ୍କ ମୃତ୍ୟୁ ଘଟିଛି।

Leave A Reply

Your email address will not be published.