Latest Odisha News

BREAKING NEWS

ଫିଲ୍ମ ଫେୟାର ୨୦୨୦: ରଣବୀର-ଆଲିଆଙ୍କୁ ଶ୍ରେଷ୍ଠ କଳାକାର ପୁରସ୍କାର

ମୁମ୍ବାଇ: ବଲିଉଡରେ ନିଜ ଉତ୍କୃଷ୍ଟ କଳାର ପ୍ରଦର୍ଶନ କରିଥିବା କଳାକାର ମାନଙ୍କୁ ପ୍ରତିବର୍ଷ ଫିଲ୍ମ ଫେୟାର ଆୱାର୍ଡରେ ସମ୍ମାନିତ କରାଯାଏ । ଚଳିତ ବର୍ଷ ଫେବୃଆରୀ ୧୫ ସନ୍ଧ୍ୟାରେ ଆସାମ ଗୋହାଟି ଠାରେ ଏହି ସମ୍ମାନ ଜନକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି ।

ଏହି ସମ୍ମାନ ଜନକ ପୁରସ୍କାର ବିତରଣ ଉତ୍ସବରେ ବଲିଉଡର ନାମିଦାମୀ କଳାକାର ଉପସ୍ଥିତ ରହିଥିଲେ । ଗୌହାଟୀସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ସମାରୋହରେ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।

ଏହି ଅବସରରେ ଜୋୟା ଅଖତାରଙ୍କ ଫିଲ୍ମ ‘ଗଲି ବୟ’କୁ ଶ୍ରେଷ୍ଠ ବିବେଚନା କରାଯାଇଛି ।

ଏହି ଫିଲ୍ମର ନାୟକ ରଣବୀର ସିଂହଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ ମିଳିଥିବା ବେଳେ ନାୟିକା ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି ।

ସ୍କ୍ରିନ ପ୍ଲେ ଓ ସଂଳାପ ପାଇଁ ମଧ୍ୟ ଏହି ‘ଗଲିବୟ’ ପୁରାସ୍କାର ଜିତିଛି । ସେହିପରି ସିଦ୍ଧାର୍ଥ ଚତୁର୍ବେଦୀଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା, ଅମୃତା ସୁଭାଷଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଶ୍ରେଷ୍ଠ ସଂଗୀତ ପାଇଁ ଜୋୟା ଅଖତାର ଓ ଅଙ୍କୁଶ ତିୱାରୀଙ୍କୁ ପୁରସ୍କାର ମିଳିଛି ।

Leave A Reply

Your email address will not be published.