Latest Odisha News

BREAKING NEWS

ପାତାଳୀ ଶ୍ରକ୍ଷେତ୍ର ହୁଣ୍ଡି ରୁ ଚୋରି, ହୁଣ୍ଡି ତାଲା କାଟି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ସୋନପୁର: ପାତାଳୀ ଶ୍ରୀକ୍ଷେତ୍ର ମନ୍ଦିରରୁ ଚୋରି । ହୁଣ୍ଡି ତାଲା କାଟି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କୋଟସମଲାଇ ସ୍ଥିତ ଜଗନ୍ନାଥ ଙ୍କ ଅନନ୍ୟ ଲୀଳା କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର ମନ୍ଦୀର ହୁଣ୍ଡି ରୁ ତାଲା କାଟି ଚୋରି ହୋଇଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଗତ କାଲି ରାତିରେ କେହି ଦୁର୍ବୃତ୍ତ ମନ୍ଦିର ଆଗରେ ଥିବା ହୁଣ୍ଡିର ତାଲା ଭାଙ୍ଗି ସେଥିରେ ଥିବା ଟଙ୍କା ଲୁଟି ନେଇଛି । ଆଜି ପୂଜକ ମନ୍ଦିର ଖୋଲିବା ସମୟରେ ଚୋରି ହୋଇଥିବା ଜାଣି ସଙ୍ଗେ ସଙ୍ଗେ ମନ୍ଦିର ପରିଚାଳନା କମିଟି କୁ ଖବର ଦେଇଥିଲେ। କମିଟି ପକ୍ଷରୁ ଏନେଇ ବୀରମହାରାଜପୁର ପୋଲିସକୁ ସୂଚନା ଦିଆଯାଇଥିଲା । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ସହ ପରିଚାଳନା କମିଟି ର ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରି ଥିବା ଜଣା ପଡିଛି । ହୁଣ୍ଡି କୁ ଭାଙ୍ଗି କିଛି ଦୂରରେ ପକାଇ ଦେଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.