Latest Odisha News

BREAKING NEWS

ଏଥର ରାଷ୍ଟ୍ରପତିଙ୍କ କଟକ ଗସ୍ତ ବେଳେ କଟିବନି ଲାଇନ; ପ୍ରତିଶ୍ରୁତି ଦେଲେ ଟାଟା ପାୱାରର CEO

କଟକ: ଏଥର କଟିବନି ଲାଇନ। ଅନ୍ଧାର ଦେଖିବେନି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାରିପଦା ଅବ୍ୟବସ୍ଥାର ପୁନରାବୃତ୍ତି ଏଠାରେ ହେବନି । ରାଷ୍ଟ୍ରପତି ଙ୍କ ତିନି ଦିନିଆ ଓଡିଶା ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଏ ନେଇ TPCODL ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରଯାଇଛି ।

ରାଷ୍ଟ୍ରପତିଙ୍କ ପୂର୍ବ ଗସ୍ତ ସମୟରେ ଯେତେବେଳ ବାରିପଦାର ଏକ ବିଶ୍ୱ ବିଦ୍ୟାଳୟର ସମାଵର୍ତନ ଉତ୍ସବରେ ଯୋଗ ଦେଇ ଅଭିଭାଷଣ ରଖୁଥିଲେ ସେହି ସମୟରେ ହଠାତ ବିଦ୍ୟୁତ ସରବାରହ ଠପ ହୋଇଯାଥିଲା। ପ୍ରାୟ ୮ରୁ ୯ ମିନିଟ ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ବନ୍ଦ ଥିଲା । ଏହି ଅନ୍ଧାରରେ ମଧ୍ୟ ନିଜର  ଅଭିଭାଷଣ ଦେଇଥିଲେ ରାଷ୍ଟ୍ରପତି ।

ତେବେ ଏହି ଘଟଣା ପରେ ରାଜ୍ୟରେ ତୁମ୍ବୀ ତୋଫାନ ଆରମ୍ଭ ହୋଇଥିଲା। ବିରୋଧୀ ଶାସକ ଦଳକୁ କରିଥିଲେ ଟାର୍ଗେଟ। ଏମିତକି ଶକ୍ତି ମନ୍ତ୍ରୀ ଇସ୍ତଫା ଦେବା ପାଇଁ ଜିଦରେ ଅଟଳ ହୋଇ ପଡିଥିଲେ ବିରୋଧୀ। ତେବେ ଏହି ଘଟଣାରେ ତଦନ୍ତ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା ।

ତେଣୁ ଏଥର ଏହି ଘଟଣା ଯେମିତି ପୁନର୍ବାର ନ ଘଟେ ସେଥିପାଇଁ ସମସ୍ତେ ସତର୍କ । ରାଷ୍ଟ୍ରପତି  ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି।  ତେବେ ଏଥର ଯେପରି କିଛି ତ୍ରୁଟ  ନ ହୁଏ ସେଥିପ୍ରତି ସମସ୍ତ ସତର୍କ ହୋଇ ଯାଇଛନ୍ତି । ଏଥର ବିଦ୍ୟୁତ ଯୋଗାଣରେ କୌଣସି ପ୍ରକାର ଅସୁବିଧା ହେବନି ବୋଲି କହିଛନ୍ତି ଟାଟା ପାୱାରର ସିଇଓ  ଅରବିନ୍ଦ ସିଂ  ।

ବାରିପଦା ଘଟଣା ପରଠୁ ବିଦ୍ୟୁତ ଯୋଗାଣ ଦିଗରେ ତୀକ୍ଷଣ ନଜର ରଖାଯାଇଛି । ଏନେଇ ସୂଚନା ଦେଇ CEO ଅରବିନ୍ଦ ସିଂ କହିଛନ୍ତି, ଆମେ ସମସ୍ତଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ସଂଯୋଗ ଦେବା ପାଇଁ ବଶେଷ ବ୍ୟବସ୍ଥା କରୁଛୁ । ତେବେ ରାଷ୍ଟ୍ରପତିଙ୍କ ପାଇଁ ଆମେ ସ୍ୱତନ୍ତ୍ର ବ୍ୟବସ୍ଥା କରିବୁ  । ଏଥର କୌଣସି ଅବ୍ୟବସ୍ଥା ହେବ ନାହିଁ ବୋଲି  ପ୍ରତିଶ୍ରୁତି  ଦେଇଛନ୍ତି ସିଇଓ ଅରବିନ୍ଦ ସିଂ ।

Leave A Reply

Your email address will not be published.