Latest Odisha News

BREAKING NEWS

ନାଇଟ୍ କର୍ଫ୍ୟୁରୁ ଜରୁରୀ ସେବାକୁ ବାଦ୍

ଭୁବନେଶ୍ୱର: ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ସରକାରଙ୍କ ତରଫରୁ କଟକଣା କରାଯାଇଛି । ହେଲେ ନାଇଟ୍ କର୍ଫ୍ୟୁବେଳେ ବାଦ୍ ପଡ଼ିବ ଜରୁରୀ ସେବା । ନାଇଟ୍ କର୍ଫ୍ୟୁ କଟକଣାରୁ କିଛି ଜରୁରୀ ସେବାକୁ ବାଦ୍ ଦିଆଯାଇଛି । ଏସଆରସିଙ୍କ ପକ୍ଷରୁ ଜାରି ଗାଇଡ଼ଲାଇନ ଅନୁଯାୟୀ ବିଭିନ୍ନ କାର୍ଯ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ ନାହିଁ ।

ପୋଲିସ, ପୌର ପ୍ରଶାସନ, ଡ଼ାକ୍ତର, ହସ୍ପିଟାଲ କର୍ମଚାରୀ, ଆମ୍ବୁଲାନ୍ସ ଏହି ସମୟରେ କଟକଣା ମୁକ୍ତ ରହିବେ । ବିଦ୍ୟୁତ, ଅଗ୍ନିଶମ, ଟେଲିକମ, ଜଳ ଯୋଗାଣ, ରେଳ କର୍ମଚାରୀ, ବିମାନ ବନ୍ଦର ବିଭାଗର ଜରୁରୀକାଳୀନ କର୍ମଚାରୀ କଟକଣା ମୁକ୍ତ ରହିବେ । ନାଇଟ୍ କର୍ଫ୍ୟୁବେଳେ ଏହି ସବୁ କର୍ମଚାରୀ ଯିବାଆସିବା କରିପାରିବେ । ଜିଲ୍ଲା ଓ ପୋଲିସ କର୍ମଚାରୀ ଦ୍ୱାରା ଚିହ୍ନିତ ଗଣମାଧ୍ୟମ କର୍ମଚାରୀ ମୁକ୍ତରେ ଯିବାଆସିବା କରିପାରିବେ ।

ତାସହ ଆସନ୍ତାକାଲି ଓ ୨ତାରିଖ ଦିନ କୋଭିଡ଼ ଟେଷ୍ଟିଂ ଟିକାକରଣ କେନ୍ଦ୍ର ଚାଲିବ । ଏଥିପାଇଁ ଯିବାକୁ ଥିବା ବ୍ୟକ୍ତି ମଧ୍ୟ ଯିବାଆସିବା କରିପାରିବେ । ଔଷଧ ଦୋକାନ କର୍ମଚାରୀ, ଶିଳ୍ପାନୁଷ୍ଠାନ କାର୍ଯ୍ୟ, ରାଜପଥ ପାଶ୍ୱର୍ ହୋଟେଲ କଟକଣା ମୁକ୍ତ ରଖାଯାଇଛି । ତାଛଡ଼ା ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଯୋଗାଣ, ହୋମ୍ ଡ଼େଲିଭରି ଉପରେ ମଧ୍ୟ କୌଣସି କଟକଣା ନଥିବା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆଇଟି କମ୍ପାନୀର କର୍ମଚାରୀ ଆଇକାର୍ଡ଼ ଦେଖାଇ ଯାଇପ।।ରିବେ ।

Leave A Reply

Your email address will not be published.