Latest Odisha News

BREAKING NEWS

କଳାକନା ବୁଲାଇଲେ ଦୁର୍ବୃତ୍ତ: ୩୦ ଭରି ସୁନା ଗହଣା, ୨କେଜିରୁ ଉର୍ଦ୍ଧ ରୂପା ଚୋରି

ରାୟଗଡା: ତାଲା ପଡିଥିବା ଜଣଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ। ୩୦ ଭରି ସୁନାଗହଣା ସହ ୩୦ ହଜାର ନଗଦ ଟଙ୍କା ଏବଂ ୨କେଜିରୁ ଉର୍ଦ୍ଧ ରୂପା ଗହଣା ଚୋରି କରି ନେଇଛନ୍ତି। ଘଟଣାସ୍ଥଳରେ ପୋଲିସ, ଡଗସ୍କାର୍ଡ ଓ ସାଇଂଟିଫିକ୍ ଟିମ୍ ପଂହଚି ତଦନ୍ତ ଆରମ୍ଭ କରିଛନ୍ତି।

ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଟାଉନ ଥାନା ଅନ୍ତର୍ଗତ କସ୍ତୁରୀ ନଗର ଅଷ୍ଟମ ଗଳିରେ। ଏହି ସାହିରେ ରହୁଥିବା ଜେକେ କାଗଜ କଳର ଅବସରପ୍ରାପ୍ତ କର୍ମଚାରୀ ପୀତବାସ ସାହୁଙ୍କ ଘରେ ହୋଇଛି ଚୋରି। ତାଙ୍କ ସ୍ତ୍ରୀ ଶ୍ରୀମତି କଞ୍ଚନା ସାହୁଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ଗତ ୧୧ତାରିଖରୁ ଭୁବନେଶ୍ୱର ସ୍ଥିତ ଆମରି ହସ୍ପିଟାଲରେ ଭର୍ତି ହୋଉ ସେ ଚିକିତ୍ସିତ ହେଉଛନ୍ତି । ଫଳରେ ରାୟଗଡାରେ ନିଜେ ରହୁଥିବା ଘରେ ତାଲା ପଡିଥିବାର ସୁଯୋଗ ନେଇ ଦୁର୍ବତ୍ତମାନେ ମୁଖ୍ୟ କବାଟ ତାଡି ଘରେ ଥିବା ୨ଟି ଆଲମାରୀ ଭାଙ୍ଗି ୩୦ହଜାର ନଗଦ ଟଙ୍କା, ସୁନା କାନଫୁଲ,ଚୁଡି,ଚେନ ଆଦି ୩୦ ଭରି ସୁନାଗହଣା,୫ଟି ପୁରୁଣା ରୂପା ପଇସା ସହ ୨କେଜିରୁ ଉର୍ଦ୍ଧ ରୂପା ଗହଣା ଆଦି ଚୋରି କରି ନେଇ ଯାଇଛନ୍ତି ।

କବାଟ ଭାଙ୍ଗି ଲୁଟ କରିନେଇଛନ୍ତି ଦୁର୍ବୃତ୍ତ

ଆଜି ସକାଳେ ପଡୋଶୀ ଘର ଲୋକେ ପୀତବାସ ସାହୁଙ୍କ ଘର କବାଟ ଖୋଲା ଥିବା ଦେଖି ତାଙ୍କୁ ଫୋନ କରି ଜଣାଇଥିଲେ । ଖବର ପାଇ ରାୟଗଡାରେ ରହୁଥିବା ପୀତବାସଙ୍କ ସଂପର୍କୀୟ ଆସି ଦେଖିବା ପରେ ଘରେ ଚୋରି ହୋଇଥିବା ଜାଣିବାକୁ ପାଇ ରାୟଗଡା ଥାନାକୁ ଜଣାଇଥିଲେ । ଖବର ପାଇ ରାୟଗଡା ଥାନା ପୋଲିସ,ଡଗସ୍କାର୍ଡ ଓ ସାଇଂଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଥିବା ବେଳେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ସହରରେ ଚୋର ମାତିଥିବାରୁ ଅଂଚଳରେ ଲୋକେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବାକୁ ଦାବି କରିଛନ୍ତି।

Leave A Reply

Your email address will not be published.