Latest Odisha News

BREAKING NEWS

ଜେସିବି ବ୍ୟାଟେରୀ ଚୋରୀ ଘଟଣାରେ ତିନି ଅଭିଯୁକ୍ତ ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ବ୍ରାହ୍ମଣୀ ଗାଁ ଥାନା ପୋଲିସ୍ ଜେସିବି ବ୍ୟାଟେରି ଚୋରି କରିଥିବା ଘଟଣାରେ  ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୁର ଅଞ୍ଚଳରେ କାର୍ଯ୍ୟ କରୁଥିବା ଅରୁଣ ଜେନାଙ୍କ ଜେସିବିରୁ ୨ଟି ବ୍ୟାଟେରୀ ଚୋରୀ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।

ଉକ୍ତ ଘଟଣାର ତଦନ୍ତ କରି ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ନେତୃତ୍ୱରେ ଏସ୍ଆଇ ଅମରେନ୍ଦ୍ର ସୁବୁଦ୍ଧି ଓ ପୋଲିସ ବାହିନୀ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ମାନେ ଗଦାପୁର ଗ୍ରାମର ପିଣ୍ଟୁ ପାଇକ, ନୀଳଚକ୍ର ନାୟକ ଓ ସୋନୁପୁର ଗ୍ରାମର ଜଗା ବେହେରଦଳେଇ  ଜଣାପଡ଼ିଛି । ଏହି ଅଭିଯୁକ୍ତ ମାନଙ୍କ ନାମରେ ବ୍ରାହ୍ମଣୀଗାଁ ଥାନା କେସ୍ ନଂ ୭୨/୨୨ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

Leave A Reply

Your email address will not be published.