Latest Odisha News

BREAKING NEWS

ତୃତୀୟ ଜାତୀୟ ଚିଲିକା ପକ୍ଷୀ ଉତ୍ସବ ଉଦଘାଟିତ

ଭୁବନେଶ୍ୱର:ଏସିଆର ବୃହତ୍ତମ ହ୍ରଦ ଚିଲିକାରେ ପ୍ରତିବର୍ଷ ୧୦ ଲକ୍ଷ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀଙ୍କର ଆଗମନ ହୁଏ। ପକ୍ଷୀଙ୍କର ସମାଗମ ପାଇଁ ଚିଲିକା ପ୍ରସିଦ୍ଧ। ତୃତୀୟ ଜାତୀୟ ଚିଲିକା ପକ୍ଷୀ ଉତ୍ସବ ଚିଲିକାରେ ଉଦଘାଟିତ ହୋଇଯାଇଛି। ଏହି ଜାତୀୟ ଚିଲିକା ପକ୍ଷୀ ଉତ୍ସବକୁ ଏକ ଭିଡ଼ିଓ ବାର୍ତା ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରି କହିଲେ ଯେ ଓଡ଼ିଶାର ପର୍ଯ୍ୟଟନ ଓ ଇକୋ ଟୁର ଏକ ଅନନ୍ୟ ଅଭିନନ୍ଦନୀୟ ଉଦ୍ୟମ ।

ଲୋକସେବା ଭବନସ୍ଥିତ କନ୍ଭେସନସେଣ୍ଟରରେ ଆୟୋଜିତ ଏହି ଉତ୍ସବରେ ସମ୍ମାନିତ ଅଥିତି ଭାବେ ଯୋଗଦେଇ ଜଙ୍ଗଲ ଓ ପରିବେଶ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇଥିଲେ।ପକ୍ଷୀ ପର୍ଯ୍ୟଟନ କୁ ଅଗ୍ରାଧିକାର ଦେଇଥିବା ଚିଲିକାର ଏହି ଜାତୀୟ ପକ୍ଷୀ ଉତ୍ସବରେ ପକ୍ଷୀ ବିଶେଷଜ୍ଞ ମାନେ ଯୋଗଦେଇ ପକ୍ଷୀ ଶିକାର ବିରୋଧରେ ସଚେତନତା ଓ ପକ୍ଷୀ ସଂରକ୍ଷଣ ବିଷୟରେ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥାନ୍ତି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଲେ।

ଏହି ଅବସରରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ , ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର , ଉପ ଶାସନ ସଚିବ ଡ଼ . ମୋନା ଶର୍ମା , ବନ ସଂରକ୍ଷକ ହରିଶଙ୍କର ଉପାଧ୍ୟାୟ , ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର , ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବତନ ବନ ସଂରକ୍ଷକ ଡ. ଅଜିତ ପଟ୍ଟନାୟକ , ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟିର ଡ. ଏସ ବାଳଚନ୍ଦ୍ରଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା।

Leave A Reply

Your email address will not be published.