Latest Odisha News

BREAKING NEWS

ଏକମାତ୍ର ଭାରତୀୟ ଭାବେ ନେହା ଜିତିଲେ ଏହି ନିଆରା ପୁରସ୍କାର !

ମୁମ୍ବାଇ: ଅନଷ୍ଟପେବଲ୍ ନେହା କକ୍କର । ଉଭୟ ପର୍ସନାଲ ଓ ପ୍ରଫୋସ୍ନାଲ ଲାଇଫରେ ଏହି ସିଙ୍ଗରଙ୍କ ରାଜୁତି କିଛି କମ୍ ନାହିଁ । ସଙ୍ଗୀତ ଦୁନିଆରେ ଏକ ଖାସ ପରିଚୟ ହାସଲ କରିବା ସହ ନିକଟରେ ରୋହନପ୍ରୀତଙ୍କୁ ବିବାହ କରି ସେ ପ୍ରେମରେ ବି ବିଜୟ ହାସଲ କରିଥଲେ । ତେବେ ପୁଣିଥରେ ଏକ ନିଆରା ପୁରସ୍କାର ହାସଲ କରି ସେ ଚର୍ଚ୍ଚାକୁ ଆସିଛନ୍ତି ।

ଏକମାତ୍ର ଭାରତୀୟ ଭାବେ ସିଙ୍ଗର ନେହା କକ୍କର ହାତେଇଛନ୍ତି ୟୁଟ୍ୟୁବ୍ ଡାଇମଣ୍ଡ ଆୱାର୍ଡ । ଏହି ଖବରକୁ ଖୋଦ ନେହା ସୋସିଆଲ ମିଡିଆରେ ନିଜ ଫ୍ୟାନମାନଙ୍କୁ ଜଣାଇଛନ୍ତି । ଇନଷ୍ଟାଗ୍ରାମରେ ଆୱାର୍ଡ ସହ ଏକ ଫଟୋ ସେୟାର କରି ସେ ନିଜ ଅଗଣିତ ଫ୍ୟାନ୍‌ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଜଣେ ସଫଳ ଗାୟୀକା ହେବା ସହ ନେହାଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ରହିଛି । ଯାହାର ୧୧.୮ ମିଲିଅନରୁ ଅଧିକ ସବ୍‌ସ୍କ୍ରାଇବର୍ସ ରହିଛନ୍ତି । ଏହି ୟୁଟ୍ୟୁବ୍ ଚ୍ୟାନେଲରେ ସେ ନିଜ ଫ୍ୟାନମାନଙ୍କ ସହ ଯୋଡି ରହିବାକୁ ପସନ୍ଦ କରିଥାନ୍ତି । ଛୋଟବଡ ଗୀତ ଛଡା ବିହାଇଣ୍ଡ ଦ ସିନ୍ ଭିଡିଓଗୁଟିକୁ ମଧ୍ୟ ସେ ଅପଲୋଡ କରିଥାନ୍ତି ।

Leave A Reply

Your email address will not be published.