Latest Odisha News

BREAKING NEWS

୨୧ ସ୍ୱାଗତମ ୨୧ ଚିତ୍ରକଳା ଶିବିର ଉଦଘାଟିତ

ଭୁବନେଶ୍ୱର : ଇଷ୍ଟର୍ନ ଫାଉଣ୍ଡେସନ ଅଫ ଆର୍ଟ ଏଣ୍ଡ କଲଚର ଦ୍ୱାରା ଆୟୋଜିତ ୨୧ସ୍ୱାଗତମ ୨୧ ଶୀର୍ଷକ ଅନଲାଇନ କଳା ଶିବିରକୁ ଶ୍ରୀ ରାମକୃଷ୍ଣ ବେଦଲା , ସଚିବ ଲଳିତକଳା ଏକାଡେମୀ , ନୂଆଦିଲ୍ଲୀ ଭିଡ଼ିଓ ବାର୍ତା ଜରିଆରେ ଶୁଭାରମ୍ଭ କରିଛନ୍ତି। ସେ ପ୍ରଥମେ ମାତା ସ୍ୱରସ୍ବତୀଙ୍କ ଶ୍ଳୋକ ଉଚ୍ଚାରଣ କରି କାର୍ଯ୍ୟକ୍ରମର ସମସ୍ତ ଚିତ୍ରଶିଳ୍ପୀ ଏବଂ ଆୟୋଜକଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମର ସଫଳ କାମନା କରିଥିଲେ। ଦୀର୍ଘ ୯ ମାସ ଧରି ଶିଳ୍ପୀ ମାନେ ସାମ୍ନା କରିଥିବା ବିପଦରୁ ମୁକ୍ତି ପାଇବା ସହ ଚଳିତ ବର୍ଷ କିପରି ସ୍ୱାଭାବିକ ଭାବରେ ଆର୍ଟ ଗ୍ୟାଲେରୀରେ କଳା ପ୍ରଦର୍ଶନୀ , ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ , ଆଟିଷ୍ଟ ମାନେ ମୁକ୍ତ ଭାବରେ କାମ କରନ୍ତୁ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ଏହି ଅବସରରେ ଭାରତୀୟ କଳା ଓ କଳାକାରଙ୍କ ମହାନତା ଉପରେ ଗୁରୁତ୍ୱ ଦେଇଥିଲେ। ବିଶେଷ କରି ଓଡ଼ିଶାର ମନ୍ଦିରର କଲା ସ୍ଥାପତ୍ୟ ଶିଳ୍ପୀ ମାନଙ୍କ ପାଇଁ ପ୍ରେରଣାର ଉତ୍ସ।

ଏହି କଳା ଶିବିରରେ ୨୦୨୧କୁ ସ୍ୱାଗତ କରିବାକୁ ୨୧ ଜଣ ଚିତ୍ରକର ଭାଗ ନେଇଥିଲେ। ଭୁବନେଶ୍ୱରରୁ ପଞ୍ଚାନନ ସାମଲ, ବାଲେଶ୍ଵରରୁ ନିକୁଞ୍ଜ ବିହାରୀ ଦାସ, ଆର୍ଯ୍ୟପ୍ରଜ୍ଞା ବସାବଦତ୍ତା , ଦେବଦତ୍ତ ସାହୁ , କିଶୋର ଚନ୍ଦ୍ର ନାୟକ , କେନ୍ଦୁଝରରୁ ମାନସ ଦାସ , ବାଂଲାଦେଶରୁ ଅରୁଣ ଚନ୍ଦ୍ର ବର୍ମନ , ଛତିଶଗଡ଼ରୁ ଅନୁପମା ଦେ , ଦିଲ୍ଲୀରୁ ଡ଼ଃ. ନିରଜା ଚନ୍ଦନା ପେଟରସ ଓ ସୁଧାକର ସେଠି , କର୍ଣ୍ଣାଟକ ରୁ ଡ଼ଃ. ଶାଳିନୀ ସିଂ ଓ ଡ଼ଃ. ସାହେବ ପଶା , ଝାରଖଣ୍ଡରୁ କାମିନୀକାନ୍ତ ସ୍ୱାଇଁ , ଚଣ୍ଡୀଗଡ଼ରୁ ଲକବିନ୍ଦର ସିଂ, ମହାରାଷ୍ଟ୍ରରୁ ମାନସୀ ସାଗର , ଉତ୍ତର ପ୍ରଦେଶରୁ ପ୍ରଲୋୟ କୁଣ୍ଡୁ ଓ ରଘୁନାଥ ଜେନା ପଶ୍ଚିମବଙ୍ଗରୁ ସନ୍ଦୀପ ଦେବ , ମଧ୍ୟ ପ୍ରଦେଶରୁ ସ୍ୱାତୀ ଜୈନ , ଏବଂ ତାମିଲନାଡୁରୁ ଭି ରାଜଗୋପାଳ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ଇଷ୍ଟର୍ଣ୍ଣ ଫାଉଣ୍ଡେସନର ସଭାପତି ଶ୍ରୀ ପ୍ରଦୀପ୍ତ କିଶୋର ଦାସ ଏହି ଶିଳ୍ପୀ ଶିବିରର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇ ସମସ୍ତ ପ୍ରତିଭାଗୀଙ୍କୁ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ସମ୍ପାଦକ ମନୋଜ ଷଣ୍ଢଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା। ଏହି ଅବସରରେ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ମଲିକ , ନୃସିଂହ ଚରଣ ଓଝା , କେଶବ ବର୍ଣ୍ଣଟି ୟାଥିଶ କସାରଗଡ଼ ଓ ଟିକମ ଖଣ୍ଡପ୍ପା ଉପସ୍ଥିତ ରହି ପରିଚାଳନା କରିଥିଲେ। ଏହି ଅନଲାଇନ ଶିବିର ୮ ଜାନୁଆରୀରୁ ୧୧ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ।

Leave A Reply

Your email address will not be published.