Latest Odisha News

ଫ୍ରେବ୍ରୁଆରି ଶେଷ ଆଡକୁ ତୃତୀୟ ଲହରୀ ଶେଷ ହେବ କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର:ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର । ରାଜ୍ୟରେ ସଂକ୍ରମଣ ହାର କମୁଛି ।ଆମେ ପିକ୍ ଅତିକ୍ରମ କରିସାରୁିଛୁ । ଯଦିଓ ଆଗକୁ ସଂକ୍ରମଣ ଉପରମୁହାଁ ହେବ ତେବେ ଏହା ମାଇନର ପିକ ହୋଇପାରେ ।ଆଗାମୀ ସପ୍ତାହ ସୁଦ୍ଧା କେସ ବହୁତ କମିଯାଇଥିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

ଫେବୃଆରୀ ୧୫ ସୁଦ୍ଧା ସଂକ୍ରମଣ ହାର ହ୍ରାସ ପାଇବ ବୋଲି ନିରଜ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।ଅନ୍ୟପଟେ ୟୁକେ ସରକାର ଓମିକ୍ରମ ବିଏ-୨ କୁ ଭେରିଆଣ୍ଟ ଅଫେ ଇଣ୍ଟେଇଷ୍ଟ ଘୋଷଣା କରିଛନ୍ତି । ଏହାର ସବ୍ ଭାରିଆଣ୍ଟ ଭାରତରେ ଦେଖାଦେଉଛି । କୌଣସି ଲୋକକୁ ଯଦି ଓମିକ୍ରନ ବିଏ-୧ ହେଉଛି ତାକୁ ଓମିକ୍ରନ ବିଏ-୨ ବି ହୋଇପାରେ ।ଏହାର ଦ୍ୱିତୀୟ ସ୍ପାଇକ ଆସିପାରେ ହେଲେ ଏହା ପ୍ରଭାବହୀନ ବି ହୋଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

Comments are closed, but trackbacks and pingbacks are open.