Latest Odisha News

BREAKING NEWS

ସ୍ଵାସ୍ଥ୍ୟ ପାଇଁ ହିତକାରୀ ଏହି ପତ୍ର: ଜାଣନ୍ତୁ ଏହାର ନାମ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ସବୁଜିମା ଆମ ପରିବେଶ ନିମନ୍ତେ ଭଲ ହେବା ସହ ମନୁଷ୍ୟ ଶରୀର ଉପରେ ମଧ୍ୟ ଉତ୍ତମ ପ୍ରଭାବ ପକାଇଥାଏ। ଭାରତୀୟ ଜଳବାୟୁରେ ବିଭିନ୍ନ ପ୍ରକାରର ଔଷଧୀୟ ଗଛଗୁଡ଼ିକ ଶୀଘ୍ର କାୟା ବିସ୍ତାର କରିଥାନ୍ତି। ତେବେ ଏପରି କିଛି ଗଛ ଅଛି ଯାହା ଆମ ଶରୀରରେ ଥିବା ଅନେକ ରୋଗର ନିରାକରଣ ପାଇଁ ରାମବାଣ ସଦୃଶ୍ୟ କାମ କରିଥାଏ । ତେବେ ଆସନ୍ତୁ ଜାଣିବା ସେହି ପରି କିଛି ଗଛ ଏବଂ ଏହାର ଉପକାରିତା ବିଷୟରେ …

ବେଲ ପତ୍ର

ବେଲ ପତ୍ର ଭଗବାନ ଶିବଙ୍କ ପୂଜାର୍ଚ୍ଚନାରେ ଉପଯୋଗ ହେଉଥିବାବେଳେ ଦୈନିକ ଅଳ୍ପ ବେଲପତ୍ର ଚୋବାଇ ଖାଇଲେ ତାହା ବିଭିନ୍ନ ସମସ୍ୟାର ସମାଧାନ କରିଥାଏ। ସକାଳବେଳା ଖାଲିପେଟରେ ୫-୬ଟି ବେଲପତ୍ର ଚୋବାଇ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ରକ୍ତଶର୍କରାକୁ ନିୟନ୍ତ୍ରଣରେ ରଖେ। ଅନ୍ୟପାଖେ ଅମ୍ଳ ରୋଗୀଙ୍କ ନିମନ୍ତେ ଏହି ପତ୍ରରେ ଥିବା ପୋଷକତତ୍ତ୍ବ ଔଷଧ ପରି କାମ କରେ।

ଭୁର୍ସୁଙ୍ଗ ପତ୍ର

ଦକ୍ଷିଣ ଭାରତୀୟ ବ୍ୟଞ୍ଜନରେ ଛୁଙ୍କ ଦେବା ପାଇଁ ବ୍ୟବହୃତ ହେଉଥିବା ଏଇ ପତ୍ର ତ୍ବଚା ନିମନ୍ତେ ଉପକାରୀ। ବୟସର ଛାପ କମ କରୁଥିବା ଏହି ପତ୍ର କେଶର ଘନତ୍ବ ବଢ଼ାଇବାରେ ସହାୟକ ହୋଇଥାଏ । ଖାଲିପେଟରେ ୧ମାସ ର୍ଭୁସୁଙ୍ଗ ପତ୍ର ୧୦-୧୨ଟି ନିୟମିତ ଖାଇଲେ କେଶ ସମସ୍ୟା ଦୂର ହୋଇଥାଏ। ମଧୁମେହ ରୋଗୀଙ୍କ ସ୍ବାସ୍ଥ୍ୟ ନିମନ୍ତେ ମଧ୍ୟ ଏଇ ପତ୍ର ହିତକାରୀ ବୋଲି ଅନୁସନ୍ଧାନରୁ ପ୍ରମାଣିତ ହୋଇଛି।

ତୁଳସୀ ପତ୍ର

ମହୌଷଧି ତୁଳସୀ ପତ୍ର ନିୟମିତ ୫-୬ଟି ଚୋବାଇ ଖାଇଲେ ଶରୀର ନିମନ୍ତେ ଭଲ। କର୍କଟ ହେବାର ଆଶଙ୍କା ଦୂର କରିବା ସହ ଓଜନ ନିୟନ୍ତ୍ରଣରେ ମଧ୍ୟ ତୁଳସୀ ପତ୍ର ସହାୟକ। ଅଦାରସ ସହିତ ତୁଳସୀରସ ମିଶାଇ ଖାଇଲେ ଶିଶୁମାନଙ୍କର କାଶ ଓ ଥଣ୍ଡା ଦୂରହୁଏ। ପ୍ରତ୍ୟହ ସକାଳୁ ଚାରି ପାଞ୍ଚଟି ତୁଳସୀପତ୍ର ପିଲାମାନଙ୍କୁ ଖୁଆଇଦେଲେ କ୍ଷୁଧା ବଢ଼େ ଓ ହଜମ ଭଲ ହୁଏ ଓ ଦେହ ନୀରୋଗ ରହେ।

ପାନ ପତ୍ର

କ୍ୟାଲସିୟମ୍ ଭରପୂର ପାନପତ୍ର ଚୋବାଇଲେ ଆମ ପାଚନ ତନ୍ତ୍ର ଉତ୍ତମ ହୋଇଥାଏ । ସର୍ଦ୍ଦି, କାଶ ଭଳି ସମସ୍ୟାକୁ ଠିକ୍ କରିବା ପାଇଁ ପାନ ପତ୍ରର ବ୍ୟବହାର କରାଯାଏ । ନିୟମିତ ଭାବରେ ପାନ ପତ୍ରକୁ ପାଣିରେ ଫୁଟାଇ ଲେମ୍ବୁ ରସ ମିଶାଇ ସେବନ ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ । ପାନ ପତ୍ରକୁ ଛେଚି ତାର ରସକୁ ମହୁ ସହିତ ମିଶାଇ ଖାଇ ଉଷୁମ୍ ପାଣି ସେବନ କରିବା ଓଜନ ହ୍ରାସ ହୋଇଥାଏ ।

Leave A Reply

Your email address will not be published.