Latest Odisha News

BREAKING NEWS

ବିବୁଧରଞ୍ଜନଙ୍କ ତିନୋଟି ପୁସ୍ତକ ରାଜ୍ୟପାଳଙ୍କ ଦ୍ଵାରା ଉନ୍ମୋଚିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ବି. କେ. ପବ୍ଲିକେଶନ ଦ୍ୱାରା ପ୍ରକାଶିତ ବିଶିଷ୍ଟ ଲେଖକ ବିବୁଧରଞ୍ଜନଙ୍କ ତିନୋଟି ପୁସ୍ତକ ‘ମର୍ଡର ମିଷ୍ଟ୍ରି ଅଫ ଶ୍ରୀ ଚୈତନ୍ୟ’ , ‘ହଁ ମୃତ୍ୟୁ ପରେ ବି ଜୀବନ’ ଓ ‘ଭକ୍ତ ଡୋରୀରେ ଶ୍ରୀଜଗନ୍ନାଥ’ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି।

ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଶ୍ରୀଚୈତନ୍ୟଙ୍କ ଉପରେ ଆଧାରିତ ପୁସ୍ତକ ଦୁଇଟି ଜଗନ୍ନାଥ ସଂସ୍କୃତିର ଅନେକ ଦିଗ ପାଠକଙ୍କ ପାଖରେ ଉନ୍ମୋଚିତ କରିବ ଏବଂ ଅନ୍ୟ ପୁସ୍ତକଟି ଜୀବନର କଥା କହିବ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଲେଖକ ବିବୁଧରଞ୍ଜନ ଉତ୍କଳ ଦିବସ ଅବସରରେ ରାଜ୍ୟପାଳ ଗାଇଥିବା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ।

ଏହି ଉନ୍ମୋଚନ ପର୍ବରେ କବି ରକ୍ଷକ ନାୟକ ଏବଂ ପ୍ରକାଶକ ବିଜୟ କୁମାର ମହାପାତ୍ର ଉପସ୍ଥିତ ଥିଲେ।

Leave A Reply

Your email address will not be published.