Latest Odisha News

BREAKING NEWS

ଗାଙ୍ଗପୁର ଆଇଆଇସି ଦେବକୁମାରଙ୍କ ମୃତ୍ୟୁ, ଏହି ସବୁ ପ୍ରଶ୍ନକୁ ଆଧାର କରି ସିବିଆଇ ତଦନ୍ତ ଦାବି

କଟକ: ଚାକିରି ବେଳେ ନିଜର କାର୍ଯ୍ୟଶୈଳୀ ପାଇଁ ସାହସିକତା ପୁରସ୍କାର ପାଇଥିବା ଗଞ୍ଜାମ ଗାଙ୍ଗପୁର ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟକୁ ନେଇ ବଢୁଛି ସନ୍ଦେହ । ହାଇକୋର୍ଟରେ ଏ ନେଇ ଜନସ୍ୱାର୍ଥ ମାମଲା ରୁଜୁ ହେବା ସହିତ ସିବିଆଇ ତଦନ୍ତ ଦାବି ହୋଇଛି । ସେହିପରି କୋରାପୁଟ ଜୟପୁରରେ ସିବିଆଇ ତଦନ୍ତ ଦାବି ହୋଇଛି । ଭଞ୍ଜନଗର ଏସଡିପିଓ ଓ ଆଇଆଇସିଙ୍କ ଲାଏ ଡିଟେକ୍ସନ ଟେଷ୍ଟ ସହ ଘଟଣାର ସିବିଆଇ ତଦନ୍ତ ପାଇଁ ଅନୁରୋଧ କରାଯାଇଛି ।

ଆବେଦନକାରୀ କହିଛନ୍ତି, ଜଣେ ସାହସିକତା ପୁରସ୍କାର ପାଇଥିବା ବ୍ୟକ୍ତି ଆତ୍ମହତ୍ୟା କରିବାକୁ ମନ ବଳାଇଲେ କାହିଁକି? ଯିଏ ଆତ୍ମହତ୍ୟା କରେ ସିଏ ଏକାନ୍ତବାସରେ ଏପରି ଚରମ ନିଷ୍ପତି ନିଏ । କିନ୍ତୁ ସେ ଅନ୍ୟ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ କାହିଁକି କଲେ । ସେହିପରି ବନ୍ଧୁକରେ ଯିଏ ଆତ୍ମହତ୍ୟା କରିବ ସିଏ ମୁଣ୍ଡକୁ ଗୁଳି ମାରିବ ହେଲେ ଗମାଙ୍ଗଙ୍କ କେସରେ ଏହାର ବ୍ୟତିକ୍ରମ ରହିଛି । ସେହିପରି ପୁଲିସ ପୋଷାକର ଡାହାଣ ପଟେ ବନ୍ଧୁକ ଥାଏ ହେଲେ ଗମାଙ୍ଗଙ୍କ ବାମ ପଟେ ଗୁଳି ବାଜିଲା କେମିତି? ସେହିପରି ଗୁଳି ବାଜିବା ପରେ ପାଖରେ ଥିବା ପୁଲିସ ଅଧିକାରୀ ତାଙ୍କୁ ହସ୍ପିଟାଲ ନେବାକୁ ପ୍ରୟାସ କରିଥିଲେ କି ନାହିଁ । ଏହିପରି କିଛି ପ୍ରଶ୍ନକୁ ଆଧାର କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ଆବେଦନକାରୀ ।

ଏହି ଘଟଣାରେ ପୁଲିସ ତଦନ୍ତ କରିଥିବା ଜଣାପଡିଛି । ହେଲେ ଏହି ତଦନ୍ତ ବେଳେ ପୁଲିସ କାହିଁକି ଗଣମାଧ୍ୟମକୁ ଲଚାଇଥିଲା ତାହା ଏବେ ସନେ୍ଦହ ଘେରରେ ରହିଛି । ତେବେ ଦେବକୁମାରଙ୍କ ହତ୍ୟା ଯେତେ ପୁରୁଣା ହେଉଛି ସେତେ ପ୍ରଶ୍ନ ସାଧାରଣରେ ସୃଷ୍ଟି ହେଉଛି । ଯାହାକୁ ନେଇ ପୁଲିସ ମଧ୍ୟ ସନ୍ଦେହ ଘେର ଭିତରେ ରହିଛି ।

କୁହାଯାଉଛି ଗମାଙ୍ଗଙ୍କୁ ଏକ ପୁରୁଣା ମାମଲାରେ ନିର୍ଦ୍ଦିଷ୍ଟ ଜଣେ ବ୍ୟକ୍ତିଙ୍କ ନାଁକୁ ବାଦ ଦେବାକୁ ଚାପ ପଡିଥିଲା । ଯାହାକୁ କରିବା ପାଇଁ ଦେବକୁମାର ସହମତି ପ୍ରକାଶ କରିପାରିନଥିଲେ । ଆଉ ଏହାରି ଭିତରେ ଦେବକୁମାରଙ୍କ ମୃତ୍ୟୁ ଅନେକ ଅଡୁଆ ସୂତାର ଖିଅକୁ ଯୋଡିବାକୁ ସାଧାରଣରେ ବାଧ୍ୟ କରିଛି । ସେହି ପ୍ରଭାବଶାଳୀ ବ୍ୟକ୍ତି କିଏ ଓ ତାଙ୍କୁ ବଞ୍ଚାଇଇବାକୁ କାହିଁକି ଉଦ୍ୟମ କରାଯାଉଥିଲା ତାହା ମଧ୍ୟ ଏବେ ତଦନ୍ତ ପରିସରଭୁକ୍ତ ହେବା ଦରକାର । ମୁଖ୍ୟ କଥା ହେଲା ଦେବକୁମାରଙ୍କ ମୃତ୍ୟୁ ପରେ ଭାଇରାଲ ହେଉଥିବ ଅଡିଓ । ଯେଉଁଥିରେ ସେ ମାନସିକ ସନ୍ତୁଳ ରଖିପାରୁନଥିବା ଶୁଣିବାକୁ ମିଳିଛି । କିନ୍ତୁ ଏହାର ସତ୍ୟତା କଣ ସ୍ପଷ୍ଟ ହୋଇନି ।

Leave A Reply

Your email address will not be published.