Latest Odisha News

BREAKING NEWS

ତିନି ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ

କଟକ: ଗୋଟିଏ ଦିନରେ ତିନି ପ୍ରଥମ ଶ୍ରେଣୀ କର୍ମଚାରୀ ଗିରଫ।ସେମାନଙ୍କ ପାଖରୁ ଜବତ ହୋଇଛି ବିଡ଼ା ବିଡ଼ା ଟଙ୍କା। ମୋଟ୍ ୨୨ଲକ୍ଷ ୬୧ହଜାର ୪୩୦ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି। ଗିରଫ ପରେ ସମସ୍ତ ତିନି ଅଧିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ କଟକ ଡିଭିଜନ ଏସପି ଅକ୍ଷୟ ମିଶ୍ର।

BjdElectrycity

ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା ଗିରଫ କର୍ମଚାରୀମାନେ ହେଲେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ରାଉରକେଲା ଆଞ୍ଚଳିକ ଅଧିକାରୀ ପି.କେ ମହାପାତ୍ର, ବାଲେଶ୍ୱର ପିସିବି ଅଧିକାରୀ ନରୋତ୍ତମ ବେହେରା ଏବଂ ବୈତରଣୀ ଜଳସମ୍ପଦ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ। ପି.କେ ମହାପାତ୍ରଙ୍କଠାରୁ ୧ଲକ୍ଷ ୭୫ହଜାର ଟଙ୍କା ମିଳିଥିବାବେଳେ ନରୋତ୍ତମ ବେହେରାଙ୍କ ନିକଟରୁ ୮୯ହଜାର ଟଙ୍କା ଏବଂ ତାଙ୍କ ଘରୁ ୯ଲକ୍ଷ ୨୫ହଜାର ଟଙ୍କା ମିଳିଛି। ସେହିପରି ବିଧାନ ଚନ୍ଦ୍ର ସାହୁଙ୍କ ନିକଟରୁ ୧୦ଲକ୍ଷ ୭ହଜାର ସମେତ ଘରୁ ନଗଦ ୬୪ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ।

Leave A Reply

Your email address will not be published.