Latest Odisha News

BREAKING NEWS

ବିଧାୟକଙ୍କ ଗାଡ଼ି ଉପରେ ବୋମା ମାଡ଼ର ପ୍ରତିବାଦ, ରାସ୍ତାରୋକ ସହ ପୋଡାଜଳା

କେନ୍ଦୁଝର : ବିଧାୟକଙ୍କ ଗାଡ଼ି ଉପରେ ବୋମା ମାଡ଼ର ପ୍ରତିବାଦ । ରାସ୍ତାରୋକ ସହ ପୋଡାଜଳା ।  ଏନ୍ ଏଚ ୪୯ ଅବରୋଧ
କେନ୍ଦୁଝର ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରେ ବୋମା ମାଡ଼ ପ୍ରତିବାଦରେ କେନ୍ଦୁଝରରେ ଭାଜପା ପକ୍ଷରୁ ରାସ୍ତାରୋକ ଆରମ୍ଭ ହୋଇଛି । ଟାୟାର୍ ଜଳାଇ ଗାନ୍ଧୀ ଛକ ଠାରେ ଏନଏଚ -୪୯ କୁ ଅବରୋଧ କରି ଆନ୍ଦୋଳନ ଚାଲିଥିବା ବେଳେ ଏହାକୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ପୂର୍ବାହ୍ନ ୧୧ ଟାରେ ଏହି ଘଟଣା ଘଟିବା ବେଳେ ଦୁଇ ଆକ୍ରମଣକାରୀ ବମ ପକାଇବା ସହ ବନ୍ଧୁକ ଦେଖାଇ ମାରିବାକୁ ଉଦ୍ୟମ କରୁଥିଲେ ବୋଲି ବିଧାୟକ ଅଭିଯୋଗ କରିଛନ୍ତି ।

ସେ ଗନ୍ଧମାର୍ଦନ ଲୋଡ଼ିଂ ଏଯେନ୍ସି କୁ ନେଇ ଚାଲି ଥିବା ଆନ୍ଦୋଳନ କୁ ସମର୍ଥନ କରୁ ଥିବାରୁ ସେହି କାରଣ ରୁ ତାଙ୍କ ଉପରକୁ ଏଭଳି ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଏ ନେଇ ନେଇ ସୌମ୍ୟ ଶଙ୍କର ଚକ୍ର , ରାଜ୍ୟ ଯୁବ ବିଜେଡ଼ି ଉପ ସଭପତି କହିଛନ୍ତି ଯେ ଏଭଳି ଆରୋପ ମିଥ୍ୟା ଓ ଏହାର କୌଣସି ସତ୍ୟତା ନାହିଁ । ଏଣୁ ଏହାର ତଦନ୍ତ କରିବା ସହ ଆକ୍ରମଣ କାରୀଙ୍କୁ ତୁରନ୍ତ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

Leave A Reply

Your email address will not be published.