Latest Odisha News

BREAKING NEWS

ପୁରୀ ହତ୍ୟାକାଣ୍ଡ ଘଟଣା: ୩ ଅଭିଯୁକ୍ତ ଗିରଫ

ପୁରୀ : ପୁରୀରେ ଜଣେ ଅପରାଧିଙ୍କ ଉପରେ ଆକ୍ରମଣ ଘଟଣାରେ ସମ୍ପୃକ୍ତିକୁ ନେଇ ଆଜି ଟାଉନ ଥାନା ପୋଲିସ ୩ଜଣ ଯୁବକଙ୍କୁ ଗିରଫ କରିଛି । ଆହତ ଅପରାଧି ଜଣଙ୍କର ବୁଧବାର ସକାଳୁ କଟକ ବଡ ମେଡିକାଲରେ ମୃତ୍ୟୁ ଘଟିଛି ।

ଆହୁରି ମଧ୍ୟ ପୋଲିସ ଗିରଫ କରିଥିବା ଯୁବକମାନଙ୍କ ନିକଟରୁ ଗୋଟେ ଦେଶୀ ବନ୍ଧୁକ, ଖଣ୍ଡା ଓ ଏକ ବାଇକ ଜବତ ହୋଇଥିବା ବେଳେ ଏହି ହତ୍ୟାକାଣ୍ଡର ତଦନ୍ତ ଜାରି ରହିଥିବା ଯୋଗୁଁ ପୋଲିସ ଗଣମାଧ୍ୟମ ଆଗରେ ଧରା ପଡିଥିବା ସମ୍ପୃକ୍ତ ଯୁବକମାନଙ୍କ ପରିଚୟ ଦେବାକୁ ପୋଲିସ ଅନିଚ୍ଛା ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଆହତ ଅପରାଧୀ ସଞ୍ଜୟ ବେହେରା ଓରଫ ପାରା ଗୁଣ୍ଡିଚା ମନ୍ଦିର ପଛପଟେ ରହିଥିଲା । ସେ ନାକଚଣା ମନ୍ଦିର ବାଟ ଦେଇ ସରଧାବାଲି ଅଞ୍ଚଳ ଦେଇ ବଜାରକୁ ଆସୁଥିବା ବେଳେ ୩ ଜଣ ଅଜଣା ଦୁର୍ବୃତ୍ତ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଏହି ଗୁଳିକାଣ୍ଡ ପରେ ପାରା ଘଟଣାସ୍ଥଳରୁ ଖସି ଚାଲିଯିବାକୁ ଚେଷ୍ଟା କରୁଥିବା ବେଳେ ସେହି ୩ ଜଣ ଯୁବକ ପୁଣି ପାରା ଉପରକୁ ଗୋଟିଏ ରାଉଣ୍ଡ ଗୁଳି ମାଡ କରିଥିଲେ । ପାରାର ଡ଼ାହାଣ କାନ୍ଧରେ ଗୁଳିମାଡ଼ ହେବା ପରେ ସେ ସେଠାରେ ଟଳି ପଡ଼ିଥିଲା । ସେଠାରେ ଟଳିପଡ଼ିବା ପରେ ୩ଜଣ ଯୁବକ ଏକ ଇଟାରେ ତା ମୁଣ୍ଡକୁ ଛେଚିଦେଇ ସେଠାରୁ ଚାଲିଯାଇଥିଲେ ।

ଏହି ଘଟଣା ସମ୍ପର୍କରେ ଗତକାଲି ପୁରୀ ସହର ଡ଼ିଏସପି ପ୍ରଶାନ୍ତ କୁମାର ପଟ୍ଟନାୟକ ଗଣମାଧ୍ୟମକୁ କହିଥିଲେ ଯେ ପାରା ନିକଟରେ ଜେଲରୁ ମୁକୁଳିଥିଲାବେଳେ ପୁରୀ ସହରରେ ଅନେକ ବୋମାମାଡ଼ ତଥା ଅନେକ ଅପରାଧ ସହିତ ସେ ସଂପୃକ୍ତ ଥିଲା ।

Leave A Reply

Your email address will not be published.