Latest Odisha News

BREAKING NEWS

ମେଲବୋର୍ଣ୍ଣ ଟେଷ୍ଟ: ଡେବ୍ୟୁ ମ୍ୟାଚରେ ରେକର୍ଡ କଲେ ମୟଙ୍କ ଅଗ୍ରୱାଲ, ଭାରତ ୨୧୫/୨

ମେଲବୋର୍ଣ୍ଣ : ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ୍ ବୁଧବାର ବକ୍ସି-ଡେ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁରେ ଚତ୍ମକାର ପ୍ରଦର୍ଶନ କରି ୭୬ ରନ୍ ହାସଲ କରିଛନ୍ତି ।

ମୟଙ୍କ ଅଗ୍ରୱାଲ ୭୬ ରନ, ଚେତେଶ୍ୱର ପୂଜାରା ୬୮ ରନ ଏବଂ କପ୍ତାନ ବିରାଟ କୋହଲୀଙ୍କ ୪୭ ରନ ସହାୟତରେ ଭାରତୀୟ ଦଳ ୨ଟି ୱିକେଟ ବିନିମୟରେ ୨୧୫ ରନ ସ୍କୋର କରିପାରିଛି ।

ଏଥିସହିତ ବିଦେଶରେ ଟେଷ୍ଟ ଡେବ୍ୟୁ ଭାବେ ସର୍ବାଧିକ ରନ୍ କରିବାରେ ଭାରତର ୨ୟ ବ୍ୟାଟ୍ସମ୍ୟାନ ଭାବେ ମୟଙ୍କ ଗୌରବ ଅର୍ଜନ କରିପାରିଛନ୍ତି । ମୟଙ୍କ ୧୬୧ଟି ବଲ ଖେଳି ୮ ଚୌକା ଓ ଗୋଟିଏ ଛକା ମାରି ୭୬ ରନ୍ ହାସଲ କରିଛନ୍ତି ।

ବିଦେଶରେ ଟେଷ୍ଟ ଡେବ୍ୟୁରେ ଓପନିଂଗ ବ୍ୟାଟ୍ସମ୍ୟାନ ଭାବେ ସର୍ବାଧିକ ରନ୍ କରିବା ତାଲିକାରେ ସୁଧିର ନାଇକଙ୍କ ନାମ ରହିଛି । ସୁଧିର ୧୯୭୪ ମସିହାରେ ଇଂଲଣ୍ଡରେ ଓପନିଂଗ କରି ୭୭ ରନର ଲମ୍ବା ପାଳି ଖେଳିଥିଲେ । ଏଥିସହିତ ମୟଙ୍କ ଏହି ମ୍ୟାଚରେ ୬୭ ରନ ହାସଲ କରି ପ୍ରଖ୍ୟାତ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କରଙ୍କୁ ବି ପଛରେ ପକାଇ ଦେଇଛନ୍ତି। ଫଳରେ ଗାଭାସ୍କର ତୃତୀୟ ସ୍ଥାନକୁ ଖସି ଆସିଛନ୍ତି ।

୧୯୭୧ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଲିଟିଲ ମାଷ୍ଟର ଗାଭାସ୍କର ଟେଷ୍ଟ୍ ମ୍ୟାଚ୍ ଡେବ୍ୟୁ କରିଥିଲେ। ପଦାର୍ପଣ ମ୍ୟାଚ୍ରେ ସେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ୬୭ ରନ୍ କରିଥିଲେ।

୨୭ ବର୍ଷୀୟ ମୟଙ୍କ ଟେଷ୍ଟ କ୍ରିକେଟରେ ଭାରତକୁ ପ୍ରତିନିଧିତ୍ୱ କରୁଥିବା କ୍ରିକେଟର ମାନଙ୍କ ମଧ୍ୟରେ ୨୯୫ତମ ସ୍ଥାନରେ ରହିଛନ୍ତି । ଏଥିସହିତ ସେ ମେଲବର୍ଣ୍ଣରେ ପ୍ରଥମ ଟେଷ୍ଟ ଡେବ୍ୟୁ ଭାବେ ଟିମ୍ ଇଣ୍ଡିଆର ପ୍ରଥମ କ୍ରିକେଟର ହୋଇପାରିଛନ୍ତି । ଆହୁରି ମଧ୍ୟ ଅଷ୍ଟ୍ରେଲିଆ ମାଟିରେ ଡେବ୍ୟୁ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିବାରେ ୭ମ ଭାରତୀୟ କ୍ରିକେଟର ଭାବେ ସ୍ଥାନ ପାଇପାରିଛନ୍ତି ।

Leave A Reply

Your email address will not be published.