Latest Odisha News

BREAKING NEWS

ତିନିଜଣ ହାଡ଼କୋର ଡ଼କାୟତଙ୍କୁ ଧରିଲା ଉଦିତନଗର ପୋଲିସ

ରାଉରକେଲା: ରାଉରକେଲା ଉଦିତନଗର ଥାନା ପୋଲିସ ହାତରେ ଧରାପଡ଼ିଲା ତିନିଜଣ ହାଡ଼କୋର ଡ଼କାୟତ । ସେମାନଙ୍କଠାରୁ ଦୁଇଟି ଦେଶୀ ବନ୍ଧୁକ, ଗୁଳି, ଭୂଜାଲି, ଖଣ୍ଡାକୁ ଜବତ କରାଯାଇଛି । ଶୀତଳପଡ଼ାରେ ଡ଼କାୟତି ଯୋଜନାବେଳେ ଗିରଫ କଲା ପୋଲିସ ।

ସୂଚନା ଅନୁସାରେ, ଶୀତଳପଡ଼ା ନିକଟ ଡ଼ମ୍ପିଂ ୱାର୍ଡ଼ରେ ଡ଼କାୟତି ଯୋଜନା କରୁଥିବାବେଳେ ପୋଲିସ କୌଣସି ଏକ ବିଶ୍ୱସ୍ଥ ସୂତ୍ରରୁ ସୂଚନା ପାଇଥିଲା । ଖବର ପାଇ ପୋଲିସ ସେମାନଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ତିନିଜଣ ଅଭିଯୁକ୍ତ ହେଲେ ସୁରେନ୍ଦ୍ର ସିଂ, ଅନିଲ ରାଉତ, ତୋଫାନ ଚୌଧୁରୀ । ଗ୍ରୁପର ଅନ୍ୟ ସଦସ୍ୟ ଫେରାର ହୋଇଛନ୍ତି ।

ସମସ୍ତ ଗିରଫ ସଦସ୍ୟ ରାଉରକେଲା ସହରର ଆଖପାଖ ଅଞ୍ଚଳର ବୋଲି ସୂଚନା ମିଳିଛି । ତେବେ ଏମାନେ ଡ଼କାୟତିରେ ସମ୍ପୃକ୍ତି ଥିବା ପୋଲିସ କହିଛି । ଗ୍ରୁପର ଅନ୍ୟ ସଦସ୍ୟଙ୍କୁ ଧରିବା ଲାଗି ପୋଲିସ ସ୍ୱତନ୍ତ୍ର ଏକ ଟିମ୍ ଗଠନ କରିଛି ।

Comments are closed, but trackbacks and pingbacks are open.