Latest Odisha News

BREAKING NEWS

ଗ୍ରୋସରି ଡିଷ୍ଟ୍ରିବ୍ୟୁଟର ମ୍ୟାନେଜରଙ୍କୁ ଭୁଜାଲିରେ ହାଣି ୧୫ ଲକ୍ଷ ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ

ଢେଙ୍କାନାଳ: ଭୁଜାଲିରେ ହାଣି ୧୫ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ଗାଁ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସାମ୍ନାରେ । ଜଣେ ଗ୍ରୋସରି  ଡିଷ୍ଟ୍ରିବ୍ୟୁଟର ମ୍ୟାନେଜରଙ୍କୁ ଭୁଜାଲିରେ ହାଣି ୧୫ ଲକ୍ଷ ଟଙ୍କା ଲୁଟି ନେଲେ ୩ ଜଣ ଦୁର୍ବୃତ୍ତ ।

ଗୁରୁତର ମ୍ୟାନେଜର ଜଣଙ୍କ ହେଲେ କୁନ୍ଦନଦେଇପୁର ଗାଁର ଜୟନ୍ତ କୁମାର ଆଚାର୍ଯ୍ୟ । ଜୟନ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ବୃତ୍ତ ମାନେ ପ୍ରଥମେ ଜୟନ୍ତଙ୍କ ମୁଣ୍ଡକୁ ଏକ ବ୍ୟାଟରେ ମାଡ଼ ମାରିଥିଲେ ପରେ ଏକ ଭୁଜାଲିରେ ହାଣି ଟଙ୍କା ବ୍ୟାଗ ଲୁଟି ନେଇ ପଳେଇ ଯାଇଥିଲେ ।

କନ୍ଦରସିଂହାର ବ୍ୟବସାୟୀ କ୍ଷୀରୋଦ କୁମାର ସାହୁଙ୍କ ପାଖରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ ଜୟନ୍ତ । ଏକ ପିକଅପ ଗାଡ଼ିରେ ଡ୍ରାଇଭର ସହିତ ଲୋଧଣୀ ଗାଁ ଓଡିଶା ଗ୍ରାମ୍ୟ ବ୍ୟାଙ୍କକୁ ଟଙ୍କା ଡିପୋଜିଟକରିବାକୁ ଯାଉଥିବା ବେଳେ ବ୍ୟାଙ୍କ ସାମ୍ନାରେ ହିଁ ଦୁର୍ବୃତ୍ତ ମାନେ ଆକ୍ରମଣ କରିଥିଲେ । ଏ ନେଇ ଖବର ପାଇ ପରଜଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.