Latest Odisha News

BREAKING NEWS

ଦୁଷ୍କର୍ମ ମାମଲା: ଶ୍ରୀଲଙ୍କା କ୍ରିକେଟର ଦନୁଷ୍କାଙ୍କ ବିରୋଧରେ ଆସିଥିବା ୪ରୁ ପ୍ରତ୍ୟାହାର ହେଲା ୩ଟି ଅଭିଯୋଗ

ସିଡନୀ: ଦୁଷ୍କର୍ମ ମାମଲାରେ ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗଣଥିଲକାଙ୍କୁ ଆଜି କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି । ତାଙ୍କ ବିରୋଧରେ ଆସିଥିବା ୪ଟିରୁ ୩ଟି ଅଭିଯୋଗକୁ ସିଡନୀ କୋର୍ଟ ପକ୍ଷରୁ ପ୍ରତ୍ୟାହାର କରି ନିଆଯାଇଛି । ୩୨ ବର୍ଷୀୟ ଦନୁଷ୍କାଙ୍କୁ ଗତ ବର୍ଷ ଟି୨୦ ବିଶ୍ୱକପ ଅବସରରେ ପୋଲିସ ଗିରଫ କରିଥିଲା । ସେ ଜଣେ ୨୯ ବର୍ଷୀୟା ମହିଳାଙ୍କ ସହ ଡେଟିଂ ଆପ ମାଧ୍ୟମରେ ବନ୍ଧୁତା ସ୍ଥାପନ କରିଥିଲେ । ପରେ ଭେଟ ହେବା ନାଁରେ ଡକାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି । ବିନା ଅନୁମତିରେ ଯୌନ ଶୋଷଣ ଅଭିଯୋଗକୁ ପ୍ରତ୍ୟାହାର କରି ନିଆଯାଇଛି ।

ଏବେ କେବଳ ଜୋର ଜବରଦସ୍ତ ଦୁଷ୍କର୍ମ ଘଟଣାର ତଦନ୍ତ ହେବ । ଦନୁଷ୍କା ୨୦ରୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ମହିଳା ବେକକୁ ଚିପି ରଖିଥିବା ଉକ୍ତ ଅଭିଯୋଗରେ ଦର୍ଶାଯାଇଛି । ସୂଚନାଯୋଗ୍ୟ, ୨୦୨୧ରେ ଇଂଲଣ୍ଡ ଗସ୍ତରେ ବାୟୋ ବବଲ ନିୟମ ଭଙ୍ଗ କରିବା ଅଭିଯୋଗରେ ସେ ବର୍ଷେ ନିଲମ୍ବିତ ହୋଇଥିଲେ । ୨୦୧୮ରେ ଟିମ କର୍ଫ୍ୟୁ ଭାଙ୍ଗିବା ଯୋଗୁ ୬ମାସ ବାସନ୍ଦ ହୋଇଥିଲେ ।

Leave A Reply

Your email address will not be published.