Latest Odisha News

BREAKING NEWS

କୋଭିଡ଼ ନିୟମ ଉଲ୍ଲଂଘନ, ପୁରୀରେ ସିଲ୍ ହେଲା ୩ଟି ଦୋକାନ

ପୁରୀ: ପୁରୀରେ ତିନୋଟି ଦୋକାନକୁ ସିଲ୍ କରାଯାଇଛି । କୋଭିଡ଼ ଗାଇଡ଼ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ପୁରୀ ଟାଉନ ଥାନା ଅଧିନ ନିଳାଦ୍ରୀ ମାର୍କେଟ କମ୍ପେ୍ଲକ୍ସରେ ଦୋକାନକୁ ପ୍ରଶାସନ ସିଲ୍ କରିଥିବା ଜଣାପଡ଼ିଛି ।

BjdElectrycity

କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏନେଇ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ପୁରୀକୁ ଫେରିଛି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ । ପୁରୀ ସମୁଦ୍ରକୂଳ ଅଞ୍ଚଳର ୧୧ ନମ୍ବର ୱାର୍ଡ଼ର ହୋଟେଲ ସୋନା ଇଣ୍ଟରନ୍ୟାସନାଲ ଓ ଏହାର ଆଖପାଖ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ଗତକାଲି ପୁରୀରେ ୩ଟି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏହିଭଳି ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.