Latest Odisha News

BREAKING NEWS

ବୁଲ୍ଲି ବାଇ ଆପ ମାମଲା: ମୁଖ୍ୟ ଅଭିଯୁକ୍ତ ଅଟକ

ନୂଆଦିଲ୍ଲୀ:ବୁଲ୍ଲି ବାଇ ଆପ ମାମଲାରେ ମୁମ୍ବାଇ ପୋଲିସ ସାଇବର ସେଲ ମଙ୍ଗଳବାର ଆଉ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଉତରାଖଣ୍ଡର ଏହି ମହିଳାଙ୍କୁ ପୋଲିସ ମୁଖ୍ୟ ଅଭିଯୁକ୍ତ ବୋଲି ଘୋଷଣା କରିଛି । ପୂର୍ବରୁ ସୋମବାର ୨୧ ବର୍ଷୀୟ ଇଞ୍ଜିନିୟର ଛାତ୍ର ବିଶାଳଙ୍କୁ ଗିରଫ କରାଯାଇଥିଲା । ମହିଳାଜଣଙ୍କ ବୁଲ୍ଲି ଆପ ସମ୍ପର୍କୀତ ୩ଟି ଆକାଂଉଟ ସଂଚାଳନ କରୁଥିଲେ ।

ବିଶାଳ ଖାଲସା ସୁପ୍ରିମାସିଷ୍ଟ ନାମକ ଆକାଂଉଟ ଚଳାଉଥିଲେ । ସୂଚନାଯୋଗ୍ୟ, ଏହି ଆପ ମାଧ୍ୟମରେ ମୁସଲିମ ମହିଳାଙ୍କ ଫଟୋ ଅପଲୋଡ କରାଯାଇ ନିଲାମ କରାଯାଉଥିଲା ।

Leave A Reply

Your email address will not be published.