Latest Odisha News

BREAKING NEWS

ଆଜି ରାତି ୭ଟା ସୁଦ୍ଧା କେଉଁ ୮ଟି ଜିଲ୍ଲାରେ ହେବ ଝଡ଼ବର୍ଷା, ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶାର ୮ଟି ଜିଲ୍ଲାରେ ଆଗାମୀ କିଛି ଘଣ୍ଟା ମଧ୍ୟରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଥିବାର ସୂଚନା ପ୍ରଦାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହିସବୁ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ସହିତ ବଜ୍ରପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, କେନ୍ଦୁଝର, ଦେଓଗଡ଼, ଅନୁଗୁଳ ଏବଂ ମୟୂରଭଞ୍ଜ ଜିଲ୍ଲାରେ ଝଡ଼ବର୍ଷା ସହିତ ବଜ୍ରପାତ ହେବ । ଏପରିକି କିଛି ସ୍ଥାନରେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିବାର ସୂଚନା ପାଣିପାଗ ବିଭାଗ ସତର୍କ ସୂଚନା ପ୍ରଦାନ କରିଛନ୍ତି ।

ପାଣିପାଗ ବିଭାଗର ଏହି ସୂଚନାନୁଯାୟୀ, ସୋମବାର ଦିନ ୪ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଏହି ଝଡ଼ବର୍ଷା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.