Latest Odisha News

BREAKING NEWS

ଆଜି ରାତିରେ କେଉଁ ୧୪ଟି ଜିଲ୍ଲାକୁ ରହିଛି ବର୍ଷା ସମ୍ଭାବନା, ଜାଣନ୍ତୁ

ଭୁବନେଶ୍ୱର: ଆଗାମୀ କିଛି ଘଣ୍ଟା ମଧ୍ୟରେ ରାଜ୍ୟର ୧୪ଟି ଜିଲ୍ଲାରେ ରହିଛି ବର୍ଷା ସମ୍ଭାବନା । ବଜ୍ରପାତ ସହିତ ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଥିବାର ସତର୍କ ସୂଚନା ପ୍ରଦାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ରାତି ୮ଟା ସୁଦ୍ଧା ଯେଉଁ ୧୪ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ସେହିସବୁ ଜିଲ୍ଲା ଗୁଡ଼ିକ ହେଲା – ସମ୍ବଲପୁର, ବରଗଡ଼, ମାଲକାନଗିରି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ।

ଏହି ସମୟରେ ନିରାପଦ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ଜନସାଧାରଣଙ୍କୁ ପରାମର୍ଶ ଦେଇଛି ।

Leave A Reply

Your email address will not be published.