Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ତବଲିଘି ଜମାତରୁ ଫେରିଥିବା ୪୨ ଜଣ ବ୍ୟକ୍ତି କଲେ ପଂଜୀକରଣ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ ପରେ ଦିଲ୍ଲୀ ନିଜାମୁଦ୍ଦିନର ତବଲିଘି ଜମାତ ଫେରନ୍ତା ୪୨ ଜଣ ବ୍ୟକ୍ତି ଆଜି ୧୦୪ କୁ ଫୋନ କରି ପଂଜୀକରଣ କରିଛନ୍ତି । ଏହା ପୂର୍ବରୁ ୨୮ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ତିନି ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଂଜୀକରଣ କରିଥିବା ସମସ୍ତ ବ୍ୟକ୍ତିଙ୍କର ଖୁବ୍ ଶୀଘ୍ର ସ୍ୱାବ ନମୁନା ପରୀକ୍ଷା କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜିର ୪୨ ଜଣଙ୍କୁ ମିଶାଇ ଓଡିଶାର ତବଲିଘି ଜମାତ ସଭାରେ ଯୋଗ ଦେଇଥିବା ମୋଟ ବ୍ୟକ୍ତିଙ୍କ ସଂଖ୍ୟା ୭୦ରେ ପହଞ୍ଚିଛି । ଏବେ ବି ଓଡିଶାର ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଜମାତରେ ଯୋଗ ଦେବା ପରେ ଓଡିଶା ନ ଫେରି ଦିଲ୍ଲୀ, ପଶ୍ଚିମବଙ୍ଗର ବିଭିନ୍ନ ଅଂଚଳରେ ରହିଥିବା ଜଣାପଡିଛି ।

Leave A Reply

Your email address will not be published.