Latest Odisha News

BREAKING NEWS

ଟାଇ ଭୁବନେଶ୍ୱର ପକ୍ଷରୁ ନୂଆ ସଭାପତି ଏ.କେ. ମହାନ୍ତି ଓ ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ

ଭୁବନେଶ୍ୱର: ଉଦ୍ୟମିତାକୁ ସୁଦୃଢ଼ କରୁଥିବା ସଂସ୍ଥା ଟାଇ ଭୁବନେଶ୍ୱର ପକ୍ଷରୁ ନୂତନ ନେତୃତ୍ୱ କର୍ମକର୍ତା ଘୋଷଣା କରାଯାଇଛି । ଏ କେ ମହାନ୍ତିଙ୍କୁ ସଭପତି, ସତ୍ୟବ୍ରତ ରଥ ଉପ ସଭାପତି, ଅନ୍ନଦା ପ୍ରସାଦ ପାଢ଼ୀ ସମ୍ପାଦକ ଓ ଶ୍ରୀ ରାକେଶ କୁମାର ଗୁପ୍ତାଙ୍କୁ ଟାଇ ଭୁବନେଶ୍ୱରର କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି ।

ନବସୃଜନକୁ ସୁଦୃଢ଼ କରିବା ଏବଂ ସଫଳତାର ଯାତ୍ରାରେ ଉଦ୍ୟୋଗୀଙ୍କୁ ସାହାଯ୍ୟ କରିବା ଲାଗି ନୂଆ ନେତୃତ୍ୱ ଟିମ୍ ପାଖରେ ବିପୁଳ ଅଭିଜ୍ଞତା ଓ ଅଭିଳାଷ ରହିଛି । ସେମାନଙ୍କ ସାମଗ୍ରିକ ଲକ୍ଷ୍ୟ ଓ ସମର୍ପଣଭାବ ଉଦ୍ୟୋଗୀ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରି ଟାଇ ଭୁବନେଶ୍ୱର ପାଇଁ ଏକ ଜୀବନ୍ତ ଓ ଚମତ୍କାର ପଥ ପ୍ରଦର୍ଶନ କରିଛି ।

ବିଦାୟୀ ସଭାପତି ଦେବାଶିଷ ପନାୟକ, ଟାଇ ଭୁବନେଶ୍ୱରର ପ୍ରଗତିରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ନୂଆ ଟିମ୍‌କୁ ସେ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଛନ୍ତି ଯାହା ଫଳରେ ପରିବର୍ତ୍ତନ ନିରବଚ୍ଛିନ୍ନ ହୋଇ ପାରିଛି ଏବଂ ଏହି ଅଧ୍ୟାୟ ସଫଳତାର ସହ ଆଗକୁ ବଢ଼ିଛି ।

ଟାଇ ଭୁବନେଶ୍ୱରର ନୂଆ ସଭାପତି ଏ କେ ମହାନ୍ତି ନିଜ ଭୂମିକାକୁ ନେଇ ଉାହ ବ୍ୟକ୍ତ କରି କହିଛନ୍ତି, ଟାଇ ଭୁବନେଶ୍ୱରର ନେତୃତ୍ୱ ନେବା ଏବଂ ଆମ ଅଂଚଳର ଉଦ୍ୟମିତା ବ୍ୟବସ୍ଥାକୁ ସମୃଦ୍ଧ କରିବା ପ୍ରତି ଯୋଗଦାନ କରିବା ପାଇଁ ଯାଉଥିବାରୁ ମୁଁ ଗର୍ବିତ । ସହାୟକ ପ୍ଲାଟଫର୍ମ ପ୍ରଦାନ କରିବା, ମେଣ୍ଟରସିପ୍‌କୁ ସୁଦୃଢ଼ କରିବା ଏବଂ ଉଦ୍ୟୋଗୀଙ୍କୁ ସଶକ୍ତ କରିବା ଲାଗି ପ୍ରଭାବଶାଳୀ ଅଭିଯାନକୁ ଆଗକୁ ବଢ଼ାଇବା ଉପରେ ଆମର ଗୁରୁତ୍ୱ ରହିବ ।’

ଉପାଧ୍ୟକ୍ଷ ସତ୍ୟବ୍ରତ ରଥ ଏକ ସଫଳ ଉଦ୍ୟମିତା ପରିବେଶ ପାଇଁ ସହଯୋଗିତା ଓ ସହଭାଗିତାର ଗୁରୁତ୍ୱ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ ଟାଇ ଭୁବନେଶ୍ୱର ଓଡ଼ିଶାରେ ଉଦ୍ୟମିତାର ବାର୍ତ୍ତାବହ ହୋଇ ଅଭିବୃଦ୍ଧି ପାଇଁ ଅର୍ଥପୂର୍ବକ ସମ୍ପର୍କ ଓ ସୁଯୋଗ ପ୍ରଦାନ କରିବ ।

ସମ୍ପାଦକ ଅନ୍ନଦା ପ୍ରସାଦ ପାଢ଼ୀ ଚାପ୍ଟରର ପରିଚାଳନା ଓ ସଦସ୍ୟଙ୍କ ଭିତରେ ଯୋଗାଯୋଗରେ ଉନ୍ନତି ଆଣିବାରେ ଗୁରୁତ୍ୱର୍ପୂ ଭୂମିକା ନିର୍ବାହ କରିବେ । ସେ କହିଛନ୍ତି, ଟାଇ ଭୁବନେଶ୍ୱର ନୂଆ ଟିମ୍‌ର ଅଂଶ ହୋଇଥିବାରୁ ମୁଁ ଉାହିତ । ମିଳିତ ଭାବେ ଏକ ବ୍ୟବସ୍ଥା ସୁଦୃଢ଼ କରିବୁ ଯାହା ନବସୃଜନ, ଜ୍ଞାନ ବିନିମୟ ଓ ରୂପାନ୍ତରୀୟ ଉଦ୍ୟମିତାକୁ ସମୃଦ୍ଧ କରିବ ।

ଜୟଦେବ ବିହାରସ୍ଥିତ ଦି କ୍ରାଉନ୍ ଏଚ୍‌ସିଏଲ୍ ସିଲେକ୍ସନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୮୦ ଜଣ ଉଦ୍ୟୋଗୀ ଅଂଶଗ୍ରହଣ କରିଥିଲେ । ସ୍ୱାଗତ ଭାଷଣ, ନେଟ୍‌ୱର୍କିଂ ଅଧିବେଶନ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।

ଟାଇ ଭୁବନେଶ୍ୱର ସଦସ୍ୟ ହେବାରେ ଥିବା ଲାଭଗୁଡ଼ିକ ସମ୍ପର୍କରେ ଶ୍ରୀ ପାଢ଼ୀ ଆଲୋଚନା କରିଥିଲେ । ଏହି ଅବସରରେ ୧୦ ଜଣ ନୂଆ ଉଦ୍ୟୋଗୀ ଟାଇ ଭୁବନେଶ୍ୱର ସଦସ୍ୟ ଭାବେ ସାମିଲ ହୋଇଥିଲେ । ଶ୍ରୀ ରଥ ଧନ୍ୟବାଦ ଅର୍ପଣ କରିବା ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.