Latest Odisha News

ନକଲି ଯୁକ୍ତ ୨ ସାର୍ଟିଫିକେଟ୍ ମାମଲାରେ ଅଧ୍ୟାପକ ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ପୋଲିସ ଏକ ନକଲି ସାର୍ଟିଫିକେଟ୍ ରାକେଟର ପର୍ଦ୍ଦାଫାସ୍ କରିଛି । ମାମଲାରେ କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ରାଜନୈତିକ ବିଜ୍ଞାନ ଅଧ୍ୟାପକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଧ୍ୟାପକ ଜଣଙ୍କ ତପନ କୁମାର ପୃଷ୍ଟି, ଘର ଯାଜପୁର ବୋଲି ଜଣା ପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଦଧିମାଛଗଡ଼ିଆର ଅଭିଷେକ କୁମାର ସାମନ୍ତରାୟଙ୍କ ଅଭିଯୋଗ କ୍ରମେ ଅଧ୍ୟାପକ ତପନ ପୃଷ୍ଟି ଗିରଫ ହୋଇଛନ୍ତି । ଅଭିଷେକଙ୍କ ଅଭିଯୋଗ ଅନୁସାରେ, ତପନ ତାଙ୍କୁ ଏକ ମୁକ୍ତ ବିଶ୍ୱବିଦ୍ୟାଳୟରୁ ଯୁକ୍ତ ୨ ସାର୍ଟିଫିକେଟ୍ ଦେଇଥିଲେ । ଯାହାକି ପରେ ନକଲି ବୋଲି ଜଣା ପଡ଼ିଥିଲା ।

ଅଭିଷେକ ୩୩ ହଜାର ଟଙ୍କା ଦେଇ ଯୁକ୍ତ ୨ ଆର୍ଟ୍ସ ସାର୍ଟିଫିକେଟ୍ ନେଇଥିଲେ । ଫୋନ୍ ପେ ଓ ଗୁଗୁଲ୍ ପେ ମାଧ୍ୟମରେ ଦୁଇଟି କିସ୍ତିରେ ଅଧ୍ୟାପକ ତପନଙ୍କୁ ଟଙ୍କା ଦେଇଥିଲେ ଅଭିଷେକ । ପୋଲିସ ତପନଙ୍କ ବିରୋଧରେ ଆଇପିସି ଧାରା ୪୨୦, ୪୬୫ ଏବଂ ୪୭୧ରେ ମାମଲା ରୁଜୁ କରିଛି ।

Leave A Reply

Your email address will not be published.