Latest Odisha News

କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ଫେରିଯିବ ସୁନ୍ଦରୀ

ଅନୁଗୁଳ : ସାତକୋଶିଆରେ ବନ୍ଦୀ ଜୀବନ କାଟୁଥିବା ବାଘୁଣୀ ଆଜି ସୁନ୍ଦରୀ ମଧ୍ୟପ୍ରଦେଶ ଫେରିଯିବ । ଏଥି ପାଇଁ ଏକ ୬ ଜଣିଆ ବିଶେଷଜ୍ଞ ଦଳ ସାତକୋଶିଆ ଅଭିମୁଖେ ଆସୁଛନ୍ତି । ଆଜି ଅପରାହ୍ନ ସୁଧା ଏହି ବିଶେଷଜ୍ଞ ଦଳ ଅନୁଗୁଳରେ ପହଞ୍ଚିବେ । ସାତକୋଶିଆ ବନ ଅଧିକାରୀ ମାନଙ୍କ ସହ ଆଲୋଚନା ପରେ ରାଇଗୁଡା ଏନକ୍ଲୋଜରକୁ ଯାଇ ବାଘୁଣୀର ପରିସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣାପଡିଛି ।

ଏଥର ସୁନ୍ଦରୀକୁ ଟ୍ରାଙ୍କୁଲାଇଜର କରି ଧରାଯିବ ନାହିଁ । ସ୍ଥିତି ପରଖିବା ପରେ ତାକୁ ଯନ୍ତାରେ କାବୁ କରି ସ୍ଵତନ୍ତ୍ର ଗାଡିରେ କାହ୍ନା ଅଭୟାରଣ୍ୟର ଗରିଲା ଏନକ୍ଲୋଜରରେ ଛଡା ଯିବ ।

ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ସୁନ୍ଦରୀକୁ ଅଣାଯାଇଥିଲା । ଦୁଇ ଦୁଇ ଥର ମଣିଷ ଶୀକାର କରିବା ପରେ ୨୦୧୮ ନଭେମ୍ବର ମାସରୁ ତାକୁ ଏନକ୍ଲୋଜର ଭିତରେ ରଖାଯାଇଛି। ତାକୁ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ଫେରାଇ ନେବା ପାଇଁ ନିଷ୍ପତ୍ତି ହୋଇଥିଲେ ସୁଦ୍ଧା ବିଭିନ୍ନ କାରଣ ପାଇଁ ଏହା ବିଳମ୍ବିତ ହୋଇ ଚାଲିଥିଲା।ଶେଷରେ ଆଜି ସୁନ୍ଦରୀର ଘର ବାହୁଡା ହେବ ।

Leave A Reply

Your email address will not be published.