ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ତିହାର ଜେଲ କର୍ତ୍ତୁପକ୍ଷ । ୪ ଜଣ ଦୋଷୀଙ୍କ ନାଁରେ ସାନୀ ଡେଥ ୱାରେଂଟ ଜାରି କରିବାକୁ ସେ ଟ୍ରାଏଲ କୋର୍ଟରେ ଆବେଦନ କରିଛନ୍ତି । ଫାଶୀର ତାରିଖ ଧାର୍ଯ୍ୟ କରିବା ପାଇଁ ପଟିଆଲା ହାଉସ କୋର୍ଟରେ ତିହାର ଜେଲ୍ କର୍ତ୍ତୁପକ୍ଷ ପିଟିସନ ଦାଖଲ କରିଛନ୍ତି ।
ପୂର୍ବରୁ ପଟିଆଲା ହାଉସ କୋର୍ଟ ଦୁଇ ଥର ନିର୍ଭୟା ଦୋଷୀଙ୍କ ନାଁରେ ଡେଥ ୱାରେଂଟ ଜାରି କରିଥିଲେ । ପ୍ରଥମେ ଜାନୁଆରୀ ୨୨ ଓ ପରେ ଫେବୃଆରୀ ୧କୁ ଘୁଂଚାଇ ଦିଆଯାଇଥିଲା । ତେବେ ଦୋଷୀମାନେ ରଜକ୍ଷମା ଆବେଦନ କରିଥିବାରୁ କୋର୍ଟ ଡେଥ ୱାରେଂଟ ତାରିଖକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥିଗିତ ରଖିଛନ୍ତି ।
ସେପଟେ ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ କେନ୍ଦ୍ର ସରକାର । ଏହି ଆବେଦନକୁ ଗ୍ରହଣ କରିବା ସହ ଆସନ୍ତାକାଲି ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ ।
BREAKING NEWS
- ସମ୍ଭାବ୍ୟ ବାତ୍ୟା ବିପଦକୁ ଏଡ଼ାଇବା ପାଇଁ ପଦକ୍ଷେପ: ଗର୍ଭବତୀ ମହିଳାମାନଙ୍କୁ ‘ମା ଗୃହ’କୁ ଯିବା ପାଇଁ ସରକାରଙ୍କ ଅପିଲ୍
- କର୍କଟ ଔଷଧ ନାଁରେ ଚାଲିଛି ଲୁଟ୍ ଓ ଡକାୟତି: କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ଅଦାଲତଙ୍କ ତାଗିଦ୍
- ଫେଲ୍ ମାରିଲା ଚୋରା ଚାଲାଣର ନୂଆ ଫର୍ମୁଲା; ମାଟି ତଳୁ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ
- ରାତି ୨ରୁ ଭୋର୍ ୪ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଅର୍ଣ୍ଣବ’, ଅପେକ୍ଷାକୃତ ଶୀଘ୍ର ସ୍ଥଳଭାଗ ଛୁଇଁବା ସମ୍ଭାବନା
- କୋଟିଆ ଓଡ଼ିଶାର, ଓଡ଼ିଶାର ହୋଇ ରହିବ: ରାଜସ୍ୱ ମନ୍ତ୍ରୀ
- ତୁମେ ୧୨ ବଲ୍ରେ ଅର୍ଦ୍ଧଶତକ ଲଗାଇ ପାରିଲ ନାହିଁ
- ଭାରତୀୟ ବକ୍ସିଂ ମହାସଂଘରେ ବଡ଼ ବିବାଦ: ଅଜୟ ସିଂଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି
- ୨୫ ବର୍ଷ ପରେ ଇଂଲଣ୍ଡର କୌଣସି ଫୁଟବଲର୍ଙ୍କୁ ମିଳିଲା ବାଲେନ୍ ଡି’ଓର୍ ଆୱାର୍ଡ
- ବାତ୍ୟାକୁ ପ୍ରତିହତ କରିବା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ପ୍ରଶାସନ-ରାଜସ୍ୱ ମନ୍ତ୍ରୀ
- ବାତ୍ୟା ‘ଅର୍ଣ୍ଣବ’ ପାଇଁ ଯାତ୍ରୀବାହୀ ଟ୍ରେନ୍ ସେବା ବାତିଲ୍ କଲା ECoR

Comments are closed.