Latest Odisha News

BREAKING NEWS

ଖରାକୁ ବାହାରିଲେ ଆପଣଙ୍କ ମେକ୍‌ଅପ୍‌ ଖରାପ ହୋଇଯାଉଛି କି ?  

ବଢ଼ିଲାଣି ତାତି । ଖରାଦିନରେ ମହିଳାମାନେ ମେକ୍‌ଅପ୍‌କୁ ନେଇ ଚିନ୍ତାରେ ଅଛନ୍ତି । ଏହାର କାରଣ ହେଲା ଗରମରେ ଶରୀରରୁ ଝାଳନିର୍ଗତ ହୋଇଥାଏ । ଫଳରେ ସମସ୍ତ ମେକଅପ୍‌ ଧୋଇଯାଇଥାଏ  । ମେକ୍‌ଅପ୍‌ ଖରାପ ହୋଇଯିବାକୁ ନେଇ ଅନେକ ମହିଳା ଅସନ୍ତୋଷ ହୋଇଥାଆନ୍ତି । ତେଣୁ ଏଭଳି ଗରମରେ ବି ମେକ୍‌ଅପ୍‌କୁ କିପରି ଦୀର୍ଘ ସମୟ ରଖିପାରିବେ ଜାଣିରଖନ୍ତୁ ଟିପ୍ସ…

-ଖରାରେ ମେକ୍‌ଅପ୍‌ ଅଧିକ ସମୟ ରହିବା ଲାଗି ହାଇଲି ପିଗ୍‌ମେଣ୍ଟେଡ୍‌ ନଚେତ୍‌ ଓ୍ବାଟରପ୍ରୁଫ୍‌ ଫାଉଣ୍ଡେଶନ ସବୁଠୁ ଭଲ କାମ କରିଥାଏ । କ୍ରିମ୍‌ ଫାଉଣ୍ଡେଶନ ନ ଲଗାଇ ଜେଲ୍‌ ବେସ୍‌ ଫାଉଣ୍ଡେସନ ଲଗାନ୍ତୁ। ଲଗାଇବା ବେଳେ ଗୋଟିଏ କଥା ପ୍ରତି ଧ୍ୟାନ ରଖିବେ ଫାଉଣ୍ଡେଶନ ମୋଟା ଲେୟାରରେ ଆଦୌ ନ ଲଗାଇ ପତଳା କରି ଲଗାନ୍ତୁ ଏବଂ ୩ ମିନିଟ୍‌ ଶୁଖିବାକୁ ଛାଡ଼ି ଦିଅନ୍ତୁ ।

-କାଜଲ୍‌, ଲାଇନର ଏବଂ ମସ୍କରା ବ୍ୟବହାର କରି ଲାଇଟ୍‌ ଆଇ ମେକ୍‌ଅପ୍‌ ନିଅନ୍ତୁ। ଲାଭେଣ୍ଡର, କୋରାଲ ପିଙ୍କ୍‌ ଭଳି ଆଇସ୍ୟାଡୋ ବ୍ୟବହାର କରନ୍ତୁ। ଏହା ଝାଳ ଲାଗି ବୋଳି ହେଲେ ବି ମେକ୍‌ଅପ୍‌ ଖରାପ ଲାଗି ନ ଥାଏ ।

-ପ୍ରଥମେ ମେକଅପ୍‌ ନେବା ପୂର୍ବରୁ କ୍ଲିଞ୍ଜରରେ ମୁହଁକୁ ସଫାକରି ଟୋନିଂ କରନ୍ତୁ। ଅଏଲି ସ୍କିନ୍‌ ହୋଇଥିଲେ ଅଏଲ ଆବ୍‌ଜର୍ବିଂ ଟୋନର ବ୍ୟବହାର କରନ୍ତୁ। ନଚେତ୍‌ ଅମୃତଭଣ୍ଡା, କାକୁଡ଼ି, ଟମାଟୋ ରସକୁ ପ୍ରାକୃତିକ ଟୋନର ଭାବେ ବ୍ୟବହାର କରିପାରିବେ।

-ସ୍କିନ୍‌ ଡ୍ରାଏ ହୋଇଥିଲେ ଏସ୍‌ପିଏଫ୍‌ ୧୫ ଯୁକ୍ତ ମଶ୍ଚରାଇଜର ବ୍ୟବହାର କରନ୍ତୁ । ସେହିପରି ଲଙ୍ଗ୍‌ ଲାଷ୍ଟିଂ ମେଲ୍ଟ ପ୍ରୁଫ୍‌ ଲିପ୍‌ଷ୍ଟିକ୍‌ ଲଗାନ୍ତୁ।

Leave A Reply

Your email address will not be published.